କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟନାୟକ ଆଉ ନାହାନ୍ତି। ତିନିଦିନ ତଳେ ହଠାତ ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ।ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଚିକିତ୍ସା କରୁଥିବା ଡାକ୍ତର ରେଫର କରିଦେଇଥିଲେ।ଏବଂ ଅଳ୍ପ ବାଟ ଯିବା ପରେ ତାଙ୍କର ଦେହାନ୍ତ ହୋଇଥିଲା।ସେ ଜଣେ ନିଃସ୍ୱାର୍ଥପର ନିଷ୍ଠାପର ପରୋପକାରୀ ନେତା ଥିଲେ।ନିଜ ପକେଟରୁ ସଂଘ ପାଇଁ ଖର୍ଚ୍ଚ କରୁଥିଲେ।ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ।ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା।ଆବାହକ ଅଶୋକ ପରିଡା ଦୁଇମିନିଟ ନୀରବ ପ୍ରାର୍ଥନା ପାଇଁ ପ୍ରସ୍ତାବ ଦେବା ପରେ ତାଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରଜ ପଟନାୟକ, ନାରାୟଣ ସାହୁ, ରାଜୁ ପାଢୀ,ପ୍ରଣବ ମଣ୍ଡଳ,ସଚିଦାନନ୍ଦ ପଟନାୟକ, ନବ କିଶୋର ରଥ, ବନ ଵିହାରି ନନ୍ଦ,ବିକାଶ ମହାନ୍ତି, ମନୋଜ ଚୌଧୁରୀ, ଟୁନା ସେଠୀ,ବଂଶୀଧର ପଣ୍ଡା ସାମ୍ବାଦିକ ପ୍ରଶାନ୍ତ ବେହେରା, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.