ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ

add-all

ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍‌ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସୋନପୁର ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୪୩.୫, ସମ୍ବଲପୁର ୪୩.୪, ହୀରାକୁଦ ୪୩, ବଲାଙ୍ଗୀର ୪୩.୬, ଅନୁଗୋଳ ୪୩, ହୀରାକୁଦ ୪୩, ଟିଟିଲାଗଡ ୪୨.୪, ବାରିପଦା ୪୦.୬, ବରଗଡ ୪୧.୬, ବୌଦ୍ଧ ୪୦.୫, ନୟାଗଡ ୪୦ ଏବଂ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.