
ହିଞ୍ଜିଳିକାଟୁ (୧୪/୬): ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମହନ୍ତର ପୋଲାଇ (୬୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗାଡି ଡାକୁଥିବା ବେଳେ ଏକ୧୦୮ ଆମ୍ବୁଲାନ୍ସ ଶେରଗଡରୁ ହିଞ୍ଜିଳି ଫେରୁଥିଲା ।ସ୍ଥାନିୟଲୋକେ ୧୦୮ ଆମ୍ଵୁଲାନ୍ସକୁ ହାତ ମାରି ଅଟକାଇ ଉକ୍ତ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି ନରେନ୍ଦ୍ରପୁର ଗ୍ରାମର ଯାତ୍ରି ଛାଡି ଗ୍ରାମକୁ ଫେରୁଥିଲା ।ନରେନ୍ଦ୍ରପୁର ଗ୍ରାମର ମେହନ୍ତର ନିଜଗ୍ରାମ ଅଟୋ ଦେଖି ଅଟୋରେ ଗ୍ରାମକୁ ଫେରୁଥିଲେ। ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଅଟୋ ସମ୍ମୁଖକୁ କିଛି ମଇଁଷି ଆସିବାରୁ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଅଟୋରେ ଯାତ୍ରା କରୁଥିବା ଅନ୍ୟ ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।