ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା କ ନୁଆଗାଁ ବ୍ଳକ୍ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ସତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର। ତାଙ୍କର ଉଦ୍ୟମରେ ସାରଂଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି କରାଯାଇଛି।ସୁଧାରାଣୀଙ୍କର ଏହି ଭଳି ସମାଜ ସେବା କାର୍ଯ୍ୟ ପାଇଁ ୨୦୧୯ ରେ ସମାଜ ତରଫରୁ ତାଙ୍କୁ ସମାଜ ସେବୀ ଭାବେ ସମ୍ମାନିତ କରାଯାଇଥିଲା। ତାଙ୍କର ଏହି କୃତିତ୍ବ ପାଇଁ ସାରଙ୍ଗଗଡ ଅଞ୍ଚଳରେ ଖୁସିର ଲହରୀ ଖେଳିବା ସହ କିଶୋରୀ ବାଳିକା ସୁଧାରାଣୀଙ୍କ ପ୍ରୟାସକୁ ସମସ୍ତେ ପ୍ରସଂଶା କରୁଛନ୍ତି।

ad-week
Leave A Reply

Your email address will not be published.