ଉତ୍କଳୀୟ ପରମ୍ପରାରେ ଗଣପର୍ବ ରଜ ଓ ବ୍ୟାସକବି ଫକୀରମୋହନଙ୍କ ପୂଣ୍ୟ ତିଥି

add-all

ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ଆନୁକୂଲ୍ୟ ରେ, ଓଡିଶା଼ର ଗଣ ପର୍ବ ପବିତ୍ର ରଜ ସଂକ୍ରାନ୍ତି ଓ ଫକୀରମୋହନ ଶ୍ରାଦ୍ଧ ଦିବସ ପାଳିତ ହୋଇଛି | ଆୟୋଜିତ ଏକ ଆଲୋଚନା ସଭାରେ, ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ, ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ର ସଦସ୍ୟ କବି ଶ୍ରୀ ବଲ୍ଳଭ କୁମାର ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ | ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା, ଶ୍ରୀମତୀ ସବିତା ସେନାପତି, ଶ୍ରୀମତୀ ପ୍ରଭାତୀ ଦେବନାଥ ଯୋଗଦେଇ ବ୍ୟାସକବି ଫକୀରମୋହନ ଙ୍କ ଜୀବନୀ ଏବଂ ଓଡ଼ିଶାର ଗଣ ପର୍ବ ରଜ ସଂକ୍ରାନ୍ତି ବିଷୟରେ ଉଦବୋଧନ ଦେଇଥିଲେ ! କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ବ୍ୟାସକବି ଙ୍କ ଫୋଟ ଚିତ୍ର ରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଏବଂ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ! କୁମାରୀ ଅମ୍ବିକା କଲାର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ, ପାଠାଗାର ର ଆଇନ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ, ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ | କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ରେ ଉପସ୍ଥିତ କବୟିତ୍ରୀ ମାନଂକୁ ନେଇ ରଜ-ଦୋଳି ଝୁଲଣ, ଏବଂ ପାରମ୍ପରିକ ରଜ ପାନ, ମଣ୍ଡା ପିଠା ର ଆୟୋଜନ କରାଯାଇଥିଲା ! ଏହି ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟ ପ୍ରେମୀ ବରିଷ୍ଠ କବି ଡ଼ଃ ସୁରେନ୍ଦ୍ର ନାଥ ଦାଶ, ସାଇମନ ବିଡ଼ିକା, କୃପାରମ ସାହୁ, ରାମ ଚନ୍ଦ୍ର ରାମ, ଗୋପାଳ ପଟ୍ଟନାୟକ, ସୁରେଶ ଆଚାର୍ଯ୍ୟ, ହରିହର ଶତପଥୀ, ଦିବାକର ପରିଡା, ଶ୍ରୀମତୀ ଶିଖା ବୈରାଗୀ, ଟୁଟୁବାବୁ ପଟ୍ଟନାୟକ, ମିତ୍ର କୁମାର ଶର୍ମା, ସୁବାଶ ବିଶୋୟୀ , ରତିକାନ୍ତ ସାହୁ, ବିଦ୍ୟୁତ ପାତ୍ର, ନଗେନ୍ଦ୍ର ରାଉତ, ଶେଖ ନାସିରୁଦ୍ଦିନ, ଧନେଶ୍ୱର ପୁହାଣ, ବୈକୁଣ୍ଠ ମହାପାତ୍ର, ଦେବରାଜ ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଶେଷରେ ପଠନଶାଳା ନିମନ୍ତେ ଏକ ସ୍ଥାୟୀ ଗୃହ ସମେତ ବ୍ୟାସକବି ଫକୀର ମୋହନ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା ।

nis-ad
Leave A Reply

Your email address will not be published.