ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

add-all

ପୁରୀ:ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କୋଭିଡ୍‌ କଟକଣା ପାଇଁ ଦୁଇ ବର୍ଷ ଧରି ଅଣସର ଦର୍ଶନ ବନ୍ଦ ରହିଥିଲା। ଆଜି ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ପରେ ସର୍ବସାଧାରଣ ଦର୍ସନ ଆରମ୍ଭ ହୋଇଥିଲା। ବିଶ୍ୱାସ ରହିଛି ବର୍ଷ ସାରା ଜଗନ୍ନାଥଙ୍କ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ୧୪ ଦିନ ଅଲାରନାଥଙ୍କ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।

ad-week
Leave A Reply

Your email address will not be published.