ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼

add-all

ଭଦ୍ରକ : ଲୋକମାନେ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ତାଙ୍କ ହାତ ଗୋଡ଼କୁ ବାନ୍ଧି ନିସ୍ତୁକ ପିଟିଛନ୍ତି। ଲୋକମାନେ ସହର ମଧ୍ୟରେ ଥିବା ଟ୍ରାଫିକ୍‌ ପୋଷ୍ଟରେ ଯୁବକଙ୍କୁ ବାନ୍ଧିଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଯୁବକ ଜଣକୁ ଉଦ୍ଧାର କରିବା ସହ ଜଣେ ଛୋଟ ପିଲାଟିକୁ ମଧ୍ୟ ଯୁବକଙ୍କ ଠାରୁ ଉଦ୍ଧାର କରାଯାଇଛି।

ଖବର ଅନୁସାରେ, ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ପାଖରେ ସନ୍ଦେହଜନକ ଅବସ୍ଥାରେ ଯୁବକ ଜଣକ ଗୋଟିଏ ଛୋଟ ପିଲାଟି ସହ କିଛି କଥା ହେଉଥିଲେ। ଏମିତିକି ପିଲାଟିର ଆଧାର କାର୍ଡ ମାଗିବା ସହ ସାଇକେଲ ରେ ବସିବା ପାଇଁ ଯୁବକ ଜଣକ ଛୋଟ ପିଲାଟିକୁ କହିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକ ଯୁବକଙ୍କ ଉପରେ ସନ୍ଦେହ କରିଥିଲେ। ଯୁବକଙ୍କ ଏଭଳି ଆଚରଣକୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ପରେ ଲୋକମାନେ ମିଶି ବନ୍ତଛକରେ ଥିବା ଟ୍ରାଫିକ ପୋଷ୍ଟରେ ଯୁବକକୁ ବାନ୍ଧି ନିସ୍ତୁକ ପିଟିବା ସହ ନାବାଳକକୁ ଉଦ୍ଧାର କରିଥିଲେ। ପରେ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଯୁବକ ଓ ନାବାଳକ କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.