
ମାଲକାନଗିରି : ଘରେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୩ ବର୍ଷର ସନ୍ତାନଟି ଖେଳୁଖେଳୁ ନିକଟରେ ଥିବା ପୋଖରୀରେ ପଡି ମୃତ୍ୟୁ ବରଣକରିଥିବା ଦେଖିବାକୁ ମିଳିଛି l ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଙ୍କଟପଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29 ଗ୍ରାମରେ । ଗ୍ରାମର ଜଗନ୍ନାଥ ସର୍ଦାରଙ୍କ ଘରେ ଖବରରୁ ଜଣା ଯାଇଛି ଆଜି ମଧ୍ୟାହ୍ନ ସମୟରେ ସନ୍ତାନ ଅଭୟ ବୟସ ୩ବର୍ଷ କୁ ମା ଖୁଆଇ ପିଆଇ ସାରି ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସନ୍ତାନ ଅଭୟ ଘର ଦାଣ୍ଡରେ ଖେଳୁ ଖେଳୁ ଘର ଠାରୁ କିଛି ଦୂରରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲା ଏବଂ ସେହି ପୋଖରୀରେ ପଡି ଯାଇଥିଲା । କିଛି ସମୟ ପରେ ମା ସରଳା ପୁଅକୁ ନ ଦେଖି ବହୁଜାଗାରେ ଖୋଜାଖୋଜି କରିଥିଲେ ନ ପାଇବାରୁ ପରିବାର ବର୍ଗ ସମସ୍ତେ ମିଶି ଖୋଜା ଖୋଜି କରିଥିଲେ ଶେଷରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସାଂଗେ ସାଂଗେ ସନ୍ତାନକୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ସନ୍ତାନ କୁ ହରାଇ ମା ବାପା ଏବଂ ପରିବାର ବର୍ଗ ସମସ୍ତେ ସମ୍ପୂର୍ଣ ଭାଙ୍ଗି ପଡିଥିଲା ବେଳେ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।