ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ଗୁଳି ଫୁଟାଇ ଯୁବକ ଗିରଫ

add-all

ଉଦଳା: କପ୍ତିପଦା ଥାନା ନଛିପୁର ଗ୍ରାମରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହିତ ଗୁଳି ଫୁଟାଇ ଭୟଭୀତ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ହେଲେ ନଛିପୁର ଗ୍ରାମର କାଳିଆ ସେନାପତି ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ ।

ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଂଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହିତ ଏକ ଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଧମକ ମଧ୍ୟ ଦେଇଥିଲା। ଏହା ସହିତ ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା । ଏହି ଘଟଣାକୁ ନେଇ ପୂଜା ସିଂ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ପୋଲିସ୍‌ ଜବତ କରିଛି ।

ad-week
Leave A Reply

Your email address will not be published.