
ଭୁବନେଶ୍ବର: କଟକ ଜିଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଏଟି) ଗଠନ କରାଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଦଳରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ଓ ବନ ସଂରକ୍ଷକ ରହିବେ।