ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ଉ

add-all

ଭୁବନେଶ୍ବର/ଯାଜପୁର: ଆୟକର ବିଭାଗର୪୦ ଜଣିଆ ଟିମ୍‌ ହାଇଦ୍ରାବାଦ, ପୁରୀ, ଭୁବନେଶ୍ବର ସମେତ ଯାଜପୁର ଜିଲ୍ଲା ଧର୍ମଶାଳାରେ ଚଢ଼ଉ ଜାରି ରଖିଛନ୍ତି। ଲଘୁ ଖଣିଜ ସଂପଦ ଗ୍ରାନାଇଟ୍‌ (କଳାପଥର) ବ୍ୟବସାୟ ସହ ସଂପୃକ୍ତ ହଜାର ହଜାର କୋଟି ଟଙ୍କାର ‌ଟିକେଟ ଫାଙ୍କିବା ନେଇ ଆଜି ସକାଳ ୫ରୁ ଚଢ଼ଉ ଆରମ୍ଭ ହୋଇଥିଲା। ଯାଜପୁର ଜିଲ୍ଲାର ପ୍ରାୟ ଅନେକଗୁଡ଼ି ସ୍ଥାନରେ ଏହି ଚଢ଼ଉ ହୋଇଛି।

ପଥର ଫଟାଇବା ଠିକାଦାରଙ୍କ ସହିତ ସଂପୃକ୍ତି ନେଇ ଧର୍ମଶାଳାର ୪ ଜଣ ଖାଦାନ ମାଲିକଙ୍କ ଘରେ ଚଢ଼ଉ ଜାରି ରହିଛି। ସେମାନେ ହେଲେ ଆରୁଣୀ ଟ୍ରାନ୍ସପୋର୍ଟ, କୋଣାର୍କ ଟ୍ରାନ୍ସପୋର୍ଟ, ପ୍ରଶାନ୍ତ କୁମାର ଜେନା ଓ ଶ୍ରୀବାସ ଜେନା। ଆୟକର ବିଭାଗ ଏମାନଙ୍କର ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।

ସୂଚନାଯୋଗ୍ୟ, ଆୟକର ଫାଙ୍କିବା ଅଭିଯୋଗରେ ଖଣି ବ୍ୟବସାୟୀଙ୍କ ଘରେ ଇନ୍‌କମ୍‌ ଟାକ୍ସ ବିଭାଗର ଚଢଉ ହୋଇଛି। ଭୁବନେଶ୍ୱର ରୁଚିକା ମାର୍କେଟସ୍ଥିତ ହାଉସିଂ ବୋର୍ଡ କଲୋନି ସମେତ ଯାଜପୁର ଧର୍ମଶଳାର ଏକାଧିକ ସ୍ଥାନରେ ଆୟକର ବିଭାଗର ସ୍ବତନ୍ତ୍ର ଟିମ ଚଢ଼ଉ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.