ନିଖୋଜ ନାବାଳକର ମୃତଦେହ ଉଦ୍ଧାର

add-all

ଭୁବନେଶ୍ବର: ଗତ କିଛି ଦିନ ତଳେ ଭୁବନେଶ୍ବର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିରୁ ନିଖୋଜ ହୋଇଥିବା ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଛି। ଜରିରେ ବନ୍ଧା ଅବସ୍ଥାରେ ବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତକ ପଣ୍ଡାକୁଦିଆ ବସ୍ତିର ବୈଦ୍ୟରାଜ ନାୟକ ।

ଭୁବନେଶ୍ବର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିର ବୈଦ୍ୟରାଜ ନାୟକ ଗତ କିଛି ଦିନ ତଳେ ନିଖୋଜ ହୋଇଥିଲେ। ଏ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଏକ ଜରିରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ପୋଲିସ ବ୍ୟବଛେଦ ପାଇଁ ପଠାଇଛି। ତେବେ ବୈଦ୍ୟରାଜଙ୍କୁ କିଏ ହତ୍ୟା କଲା ଏବଂ କେଉଁଥିପାଇଁ ହତ୍ୟା କରାଗଲା ତାହାର ପୋଲିସ ତଦନ୍ତ କରୁଛି।

ad-week
Leave A Reply

Your email address will not be published.