
ଫୁଲବାଣୀ(୧୭/୬) : କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଜିଲ। କଂଗ୍ରେସ ସଭାପତି ଅନାମ ନାଏକଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରୀଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ, ପୂର୍ବତନ ସାଂସଦ ନକୁଳ ନାଏକ ପୂର୍ବତନ ବିଧାୟୀକା ଅଜୟନ୍ତୀ ପ୍ରଧାନ, ରାଜ୍ୟ ପିସିସି ସଂପାଦକ ତଥା ବିହାର ପ୍ରଭାରୀ କୈଳାସ ମୁଖି କଂଗ୍ରେସ ନେତା ପିସିସି ସଂପାଦକ ଚନ୍ଦ୍ରଶେଖର ପରିଡ଼ା, ରଜତ ମହାନ୍ତି, ଅମିର ଚାନ୍ଦ ନାଏକ, ବିଜୟ ମହାନ୍ତି, ଶ୍ରମିକ ନେତା ଘନଶବର, ଯୁବନେତା ତଥା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଛାତ୍ରନେତା ଅନୁପମ କହଁର, ଦୁର୍ଯ୍ୟୋଧନ ପଟ୍ଟନାୟକ, ସଂସାରୀ ଭୋଇ, ଶିବଶଙ୍କର ବେହେରା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ତାନା ସାହୀ ଶାସନ, ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡିର ଜେରା କରିବା, ଏଆଇସିସି କାର୍ଯ୍ୟାଳୟରେ ପଶି ପୋଲିସ ଆତଙ୍କରାଜ କରିବା, କଂଗ୍ରେସ ସାଂସଦ ଓ ନେତାଙ୍କୁ ଅନ୍ୟାୟରେ ଗିରଫଦାରୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ମନ ମୁଖି କାରବାରକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ, ଏହା ବିରୁଦ୍ଧରେ କଂଗ୍ରେସ ସଂଗଠିତ ହୋଇ ତୀବ୍ର ପ୍ରତିବାଦ କରିବ ବୋଲି ସଭାପତି ଅନାମ ନାଏକ, ପୁର୍ବତନ ସାଂସଦ ନକୁଳ ନାଏକ, ରାଧାକାନ୍ତ ଦିଗାଲ, ପିସିସି ସଂପାଦକ କୈଳାସ ମୁଖି ପ୍ରମୁଖ ଚେତାବନୀ ଦେଇଥିଲେ ।