ଯୁବପିଢିଙ୍କ କ୍ୟାରିଅର ଗଠନ ପାଇଁ ପରାମର୍ଶ ଶିବିର

add-all

ଦାରିଙ୍ଗବାଡ଼ି(୧୭/୬) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ଓ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ନେଇଁ କେରିଏର ଗଠନ ନେଇଁ ପରାମର୍ଶ ଶିବିର ବ୍ରାହ୍ମଣୀଗାଁ ଚର୍ଚ୍ଚ ପରିସରେ ହୋଇଥିଲା। ଏହି କାର୍ଯ୍ୟ କ୍ରମର ଆୟୋଜନ ଜନ ବିକାଶ ସ୍ବେଚ୍ଛା ସେବୀ ଅନୁଷ୍ଠାନ (କ ନୂଆଗାଁ) ପକ୍ଷରୁ କରାଯାଇଛି। ସ୍ବେଚ୍ଛା ସେବୀ ଅନୁଷ୍ଠାନର ନିର୍ଦେଶକ ଫା ମଦନ ସ୍ୱାଳସିଂଙ୍କ ନିର୍ଦେଶ କ୍ରମେ ରଶ୍ମିତା ଦିଗାଲଙ୍କ ପରିଚାଳନାରେ ତାଲିମ ଦାତା ଭାବେ ଶାରଦା ଚରଣ ବଳିୟାରସିଂ ଓ ସତ୍ୟାର୍ଥ ସିଂ ରହିଥିବା ବେଳେ , କର୍ମୀ ଦିବ୍ୟସିଂହ ସଭାସୁନ୍ଦର ଓ ବ୍ରହ୍ମାନନ୍ଦ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୁବପିଢ଼ି ପାଠ ପଢ଼ାରୁ ନିବୃତ ନହୋଇ ସୁସ୍ଥ ସମାଜ ଗଠନରେ ସହାୟକ ହେବା କାର୍ଯ୍ୟକ୍ରମର ଉଦେଶ୍ୟ ବୋଲି ଜଣା ପଡ଼ିଛି।

ad-week
Leave A Reply

Your email address will not be published.