ଅବକାରୀ ଚଢ଼ଉ ବେଳେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

add-all

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ ସ୍ୱପ୍ନେଶ୍ୱର ସାହିରେ ଆଜି ଅବକାରୀ ଚଢ଼ଉରେ ଜଣେ ମହିଳା ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିରେ ଏକ ଘରେ ବ୍ରାଉନସୁଗାର ବିକ୍ରି ହେଉଥିବା ସୂଚନା ପାଇବା ପରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ଖୋର୍ଦ୍ଧା ଓ ବେଗୁନିଆ ଓଆଇସିଙ୍କୁ ନେଇ ଏକ ଟିମ୍ ଉକ୍ତ ଘରେ ଚଢ଼ଉ କରିଥିଲା।

ଚଢ଼ଉରେ ଅଶାନ୍ତି ବ୍ରହ୍ମା (୫୮)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୬୦ ହଜାର ଟଙ୍କା ହେବ। ଏନେଇ ଅବକାରୀ ଥାନାରେ ୩୫/୨୦୨୨-୨୩ରେ ଏନଡ଼ିପିଏସର ଧାରା ୨୧(କ)ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.