ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ମହାସଭା : କୁଳ ଧ୍ବଜା ଉତ୍ତଳନ କଲେ ସଭାପତି

add-all


ସାନଖେମୁଣ୍ଡି :-ଆଜି ଏହି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପରିସରରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆରମ୍ବ ହୋଇଯାଇଛି।ଏହି ସଭା ୧୭/୧୮/୧୯ ତିନିଦିନ ବ୍ୟାପୀ ମହା ଆଡମ୍ବରରେ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୧୯ଗୋଟି ଗ୍ରାମ୍ୟ ପରିଷଦ ଓ ୩ଗୋଟି ଆଞ୍ଚଳିକ ପରିଷଦ ର ସଦସ୍ୟ ଓ କର୍ମକର୍ତ୍ତା ଯୋଜନା ମୁତାବକ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ଅନ୍ତର୍ଗତ ୪ଗୋଟି ଗ୍ରାମ୍ୟ ପରିଷଦ ରେ ନଗର ପରିକ୍ରମା ସାରି ପ୍ରାୟ ୭୦୦୦ ସଦସ୍ୟ ଜୀଉରା ଗ୍ରାମରେ ପହଞ୍ଚି ଥିଲେ।ସେଠାରେ କେନ୍ଦ୍ରୀୟ, ଆଞ୍ଚଳିକ, ଗ୍ରାମ୍ୟ ପରିଷଦ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବା ପରେ ଏକତ୍ରିତ ହୋଇ ବିଭିନ୍ନ ବାଜା,ବାଜଣୀ, ଘଣ୍ଟ, ପଟୁଆର ରେ ବାହାରି ସମ୍ପୂର୍ଣ୍ଣ ଜୀଉରା ଗ୍ରାମ ପରିକ୍ରମା କରି ପରମେଶ୍ବର ମନ୍ଦିର ନିକଟରେ ପହଞ୍ଚିଥିଲେ।ସେଠାରେ ପହଞ୍ଚି ଅନୁଷ୍ଠାନିକ ଭାବେ ତୈଳିକ ସମାଜର କେନ୍ଦ୍ର ସଭାପତି ଶ୍ରୀ ଶରତ କୁମାର ସାହୁ କୂଳଧ୍ୱଜା ଉତ୍ତୋଳନ କରିଥିବା ବେଳେ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, ସତ୍ୟନାରାୟଣ ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ସମୂହ କୂଳଗଙ୍ଗା ଙ୍କ ନିକଟରେ ଉପସ୍ଥିତ ରହି କୂଳଦିପ ପ୍ରଜ୍ବଳନ କରିଥିଲେ।ଏହା ପରେ ପରେ କେନ୍ଦ୍ରୀୟ ପରିଷଦ ର ସଙ୍ଗଠନ ସମ୍ପାଦକ ଶ୍ରୀ ତ୍ରିପତି ସାହୁ ସମାଜର ଶୁଭ ମନାସି ନଡିଆ ଭାଙ୍ଗି ଥିବା ବେଳେ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ମହାସଭା ଉଦଘାଟନ କରିଥିଲେ।ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ସ୍ୱାଗତ ସମ୍ଭାଷଣ ମାଧ୍ୟମରେ ଅତିଥି ମାନଙ୍କୁ ଆମନ୍ତ୍ରିତ କରି ମଞ୍ଚାସିନ କରାଇ କେନ୍ଦ୍ରୀୟ ପରିଷଦର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଦଣ୍ଡାସି ସାହୁ ଙ୍କୁ ମହାସଭାର ସଭାପତି ଦାଇତ୍ଵ ଅର୍ପଣ କରିଥିଲେ।ଏହା ପରେ ସନ୍ଧ୍ୟା ଆଳତି, ପୂଜାର୍ଚ୍ଚନା ସାରି ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ଆଧ୍ୟାତ୍ମିକ ପ୍ରବଚନ ସାଙ୍ଗକୁ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ।ଶେଷରେ ସାଧାରଣ ସମ୍ପାଦକ ଙ୍କ ଦ୍ଵାରା କେନ୍ଦ୍ରୀୟ ପରିଷଦ ବାର୍ଷିକ ବିବରଣୀ ପାଠ ଓ ଆଞ୍ଚଳିକ ସମ୍ପାଦକ ଙ୍କ ଦ୍ଵାରା ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ ପୂର୍ବତନ କେନ୍ଦ୍ର ସଭାପତି ବୈରାଗୀ ସାହୁ, ତାରିଣୀ ସାହୁ, ଆଞ୍ଚଳିକ ସଭାପତି ଧର୍ମା ସାହୁ, ଅଭିମନ୍ୟୁ ସାହୁ, ଚନ୍ଦ୍ରଶେଖର ସାହୁ ଙ୍କ ସମେତ ସମସ୍ତ ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ ର ଉପଦେଷ୍ଟା ସଭାପତି, ଉପସଭାପତି,ସମ୍ପାଦକ ଓ ସଭ୍ୟ ଉପସ୍ଥିତ ଥିବା ବେଳେ କେନ୍ଦ୍ରୀୟ ପରିଷଦ ର ଅଫିସ ସମ୍ପାଦକ ଶ୍ରୀ ନୀଳମଣି ସାହୁ ମଞ୍ଚ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.