ଇଡି କାର୍ଯ୍ୟାଳୟରେ ଲଗାଇଲେ କଳା ପତାକା

add-all

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାରଙ୍କ ଇସାରାରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିନା ତଥ୍ୟ ପ୍ରମାଣରେ ଅପମାନିତ କରି ଜେରା କରୁଛି। ଶୁକ୍ରବାର ଦିନ ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ କର୍ମୀମାନେ ଇଡି କାର୍ଯ୍ୟାଳୟରେ କଳା ପତାକା ଲଗାଇଥିଲେ। ଏହାସହ ଇଡି କାର୍ଯ୍ୟାଳୟକୁ ବିଜେପି କାର୍ଯ୍ୟାଳୟ ବୋଲି ୱାଲ ପେଣ୍ଟିଂ କରି ବିରୋଧ ପ୍ରଦର୍ଶନ କରିଥିଲେ।

ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମସିହାଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଦଳ ଗାନ୍ଧୀ ପରିବାର ବିରୋଧରେ ବହୁ ମିଛ ତଥ୍ୟ ଜରିଆରେ ଅପପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ଇଡି, ସିବିଆଇ ଭଳି ସଂସ୍ଥାକୁ ରାଜନୈତିକ ଦଳର ସଂସ୍ଥା ଭାବେ ବ୍ୟବହାର କରୁଛି। ଯେଉଁ ନ୍ୟାସନାଲ ହେରାଲ୍‌ଡ ଖବର କାଗଜ ମନି ଲଣ୍ଡିରିଂ କଥା କୁହାଯାଉଛି, ତାହା ସଂପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏଥିରେ କୌଣସି ଅର୍ଥ କାରବାର ହୋଇନାହିଁ କି ଏଥିରେ ଗାନ୍ଧୀ ପରିବାର ଉପକୃତ ହୋଇନାହାନ୍ତି। ଏହି ଘଟଣାରେ ଇଡି ଯେଉଁଭଳି ହୀନ ଚକ୍ରାନ୍ତ କରି ଜେରା କରୁଛି, ତାହା ସଂପୂର୍ଣ୍ଣ ଭାବେ ନିନ୍ଦନୀୟ। ବିକ୍ଷୋଭରେ ନିରଞ୍ଜନ ନାୟକ, ଜ୍ଞାନରଂଜନ ରାଉତ, ବିଶ୍ବଜିତ ଲେଙ୍କା, ସୌମ୍ୟପ୍ରକାଶ ମିଶ୍ର, ଅକ୍ଷୟ କୁମାର ମଲ୍ଲ ଓ ରିତୁର ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.