୩୦ଫୁଟ ତଳକୁ ଖସିଲା କାର୍, ସ୍ତ୍ରୀ ମୃତ, ସ୍ୱାମୀ ଓ ୨ ପୁଅ-ଝିଅ ଗୁରୁତର

add-all

କରଞ୍ଜିଆ: ଯଶିପୁର ଥାନା ଦେଇ ଯାଇଥିବା ୪୯ ନମ୍ବର ରାଜ୍ୟ ରାଜପଥର ଗହିରା ବାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ତଳେ ପଡ଼ିଲା ଓଡ଼ି କାର୍ । ଦୁର୍ଘଟଣାରେ ଜନୈକ ୩୬ବର୍ଷୀୟ ମହିଳାଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ, ଦୁଇ ନାବାଳକ ପୁଅ ଓ ଝିଅଙ୍କ ସହ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗାଡିଟିରେ ୨ ପୁଅ ଓ ଝିଅ ସମେତ, ମାଆ ଓ ବାପା ଚାରି ଜଣ ମିଶି କଲିକତାରୁ ନାଗପୁର ଯାତ୍ରା କରୁଥିଲେ। ଭାରସାମ୍ୟ ହରାଇ ଗାଡିଟି ରାସ୍ତା ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଦୁଇ ନାବାଳକ ଅତି ଗୁରୁତର ଥିବାରୁ ତାଙ୍କୁ ଜଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ତେବେ ଗାଡି ଚଲାଉଥିବା ପିତା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଶିପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।

ad-week
Leave A Reply

Your email address will not be published.