ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ

add-all

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି। ଅନୁଗୁଳ ଭିଜିଲାନ୍ସ ଏସପି ସୋମନାଥ ବାରିକ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।

କେବଳ ଜଳେଶ୍ଵର ସରକାରୀ ବାସଭବନ ନୁହେଁ ବିଡ଼ିଓଙ୍କ ଘର ସମେତ ଏକକାଳୀନ ୫ ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି ବୋଲି ସୂଚନା ମିଳିଛି।ବିଡ଼ିଓ ଶ୍ରୀ ଦାସ ପୂର୍ବରୁ ସେ କେନ୍ଦ୍ରାପଡ଼ା ମହାକାଳପଡାରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିବାବେଳେ ଗତ କିଛି ମାସ ପୂର୍ବରୁ ସେ ବିଡିଓ ଭାବେ ଜଳେଶ୍ଵରରେ ଯୋଗଦେଇ ଥିଲେ।ଏକା ସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୃକ ଘର, କଟକ ଶଶୁର ଘର ସମେତ ଆଉ ଦୁଇଟି ଜାଗାରେ ଚଢ଼ାଉ କରିଥିବାର ସୂଚନା ରହିଛି।

ad-week
Leave A Reply

Your email address will not be published.