ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

add-all

ବ୍ରହ୍ମଗିରି: କୃଷ୍ଣପ୍ରସାଦ ୩୫ ମୌଜା କମିଟି ପକ୍ଷରୁ ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଗତ ଦ୍ଵିତୀୟ ବାଲିଯାତ୍ରା ତାଥା ପଣାପଡ଼ିଆରେ ହୋଇଥିବା ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ ନେଉଥିବା ଏବଂ କୃଷ୍ଣପ୍ରସାଦର ଯେକୌଣସି ଲୋକେ ଚିଲିକା ପାର ହେଲେ ସାତପଡ଼ାରେ ଆଳୁପାଟଣା ଲୋକେ ମାଡ଼ ମାରିବା ଭଳି ପରିସ୍ଥିତି ଉପୁଜି ଥିଲା।

ବାରମ୍ବାର ଏ ସମ୍ପର୍କରେ ପ୍ରଶାସନକୁ ନ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ହୋଇନଥିଲା। ୨ଦିନ ତଳେ ୩୫ମୌଜା କମିଟିର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଉଗ୍ର ରୂପ ନେଇଛି। ୩୫ ମୌଜା ପକ୍ଷରୁ ଆଜି କୃଷ୍ଣପ୍ରସାଦର ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ସମ୍ପୂର୍ଣ୍ଣ ଚିଲିକାର ଯାତାୟତକୁ ବନ୍ଦ କରାଯାଇଛି।

ad-week
Leave A Reply

Your email address will not be published.