
ଚିତ୍ରକୋଣ୍ଡା (୧୮/୦୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ବ୍ଲକ ପରିଷରରେ ଅଠର ଗୋଟି ପଞ୍ଚାୟତ କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତରୁ ଆସିଥିବା ମାନସିକ, ବିକଳାଙ୍ଗ ଵ୍ୟକ୍ତି ମାନଙ୍କର ନାମ ପଞ୍ଜିକରଣ କରଣ କରାଯାଇ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଅସ୍ଥି ଶଲ୍ୟ ବିଭାଗୀୟ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଶ୍ରବଣ ବିଭାଗ ଡାକ୍ତର ଶ୍ରୀନିବାସ ଚିନାରା ଏବଂ ଦୃଷ୍ଟି ବିଭାଗ ଡାକ୍ତର ପ୍ରେମାନନ୍ଦ ସାହୁ ଙ୍କ ଦ୍ଵାରା ପରୀକ୍ଷା ନିରୀକ୍ଷl କରାଯାଇ ମୋଟ ୧୩୨ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା | ସେଥି ମଧ୍ୟରୁ ମାନସିକ ଅନଗ୍ରସର ୭ ଜଣ, ମୁକ ବଧିର ୬୩ ଜଣ, ଦୃଷ୍ଟି ବାଧିତା ୩୮ ଜଣ, ଶାରୀରିକ ବିକଳାଙ୍ଗ ୨୪ ଜଣ, ମୋଟ ସମୁଦାୟ ୧୩୨ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨୩୨ ଜଣ ଏବଂ ବିଧବା ଭତ୍ତା ନିମନ୍ତେ ୬୭ ଜଣ, ଶାରୀରିକ ଅକ୍ଷମ (ପାରଲିସିସ)-୪ ଜଣ ଦରଖାସ୍ତ କରିଛନ୍ତି | ସେହିପରି ବସ ପାସ ପାଇଁ ୩୦ ଜଣ, ଡିଆରଆଇ ଲୋନ ନିମନ୍ତେ ୫ ଜଣ ଦରଖାସ୍ତ କରିଛନ୍ତି l ସେହିଭଳି ଜଣ କୁ ଟ୍ରାଇ ସାଇକେଲ ଏବଂ ୪ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ମାଲକାନଗିରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ମାଲକାନଗିରି ବିଏସଏସଓ ରାଜୁ ପୂଜାରୀ ଓ ଆନିନ୍ଦିତା ରାୟ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବିଏସଏସଓ ଅମର ମାଡ଼କାମି ପରିଚାଳନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ପିଇଓ,ସରପଞ୍ଚ, ସମିତି,ଜିଆରଏସ,ଅଙ୍ଗନବାଡି କର୍ମି ଏବଂ ବ୍ଲକ ର ଅନ୍ୟ ବହୁ କର୍ମଚାରୀ ମାନେ ମାନେ ସହଯୋଗ କରିଥିଲେ l