ଆବର୍ଜନା କେନ୍ଦ୍ରକାମ ସରି ଦୁଇ ଦିନ ହୋଇନି, ହେଲାଣି ଫାଟ

add-all

ଦାରିଙ୍ଗବାଡ଼ି (୧୯/୬) : ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସ୍ଵଛ ଭାରତ ମିଶନ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଛି। ସିମନବାଡି ସ୍ଥିତ ମେଡିକାଲ ନିକଟରେ ୯୭ ହଜାର ଵ୍ୟୟ ଅଟକଳରେ ସ୍ୱଚ୍ଛ ଭାରତ ମିଶନ ଫେଜ-୨ ଜରିଆରେ ଆବର୍ଜନା ପୃଥୀକରଣ କେନ୍ଦ୍ର ନିର୍ମାଣ ହୋଇଛି। ଗ୍ରାମର ଆବର୍ଜନା ପକାଇବା ନିମନ୍ତେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ହୋଇଛି। ହେଲେ ଉକ୍ତ କାର୍ଯ୍ୟ ଆରମ୍ଭରୁ ହିଁ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଥିବା ବେଳେ କାମ ସରି ଦୁଇ ଦିନ ଗଲା ପରେ ଘରର ମଧ୍ୟ ଭାଗରେ ବଡ଼ ଫାଟ ହୋଇ ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ସିମେଣ୍ଟର ମାତ୍ରା କମ ରହିଥିବା ଯୋଗୁଁ ଅନେକ ସ୍ଥାନରୁ ପ୍ଲାଷ୍ଟର ମଧ୍ୟ ଛାଡିଗଲାଣି । ଏପରିକି ଆବର୍ଜନା କେନ୍ଦ୍ରର ନିର୍ମାଣ ନିୟମ ମୁତାବକ ଲମ୍ବ, ଓସାରରେ ହୋଇନାହିଁ । ଯଦି ଲଗାତାର ବର୍ଷା ହୁଏ ତାହାଲେ ଏହା ସମ୍ପୂର୍ଣ ଭୁଷୁଳି ଯିବ । ଅନ୍ୟ ପଟେ ଫାଟକୁ ଲୁଚାଇବା ପାଇଁ ଠିକାଦାର ଫାଟ ସ୍ଥାନରେ ସିମେଣ୍ଟ ମଣ୍ଡ ଦେଇ ଏହାରି ଉପରେ କଲର ମାରିଦେଇଛନ୍ତି । ଏଣୁ ଏଭଳି ନିମ୍ନମାନର କାର୍ଯ୍ୟର ତଦନ୍ତ କରାଯାଇ ଏହାକୁ ସମ୍ପୂର୍ଣ ଭାଙ୍ଗି ନୂତନ ଭାବେ କାର୍ଯ୍ୟ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି। ଏନେଇ ବିଡିଓ ଗଦାଧର ପାତ୍ରଙ୍କୁ ପଚାରିବାରୁ ଏହାର ଅନୁଧ୍ୟାନ କରାଯିବା ବୋଲି କହିଛନ୍ତି।

ad-week
Leave A Reply

Your email address will not be published.