ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣଙ୍କୁ ବିଦାୟ ସମ୍ବର୍ଦ୍ଧନା…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଗତ ତିନି ବର୍ଷ ଧରି ଜିଲ୍ଲପାଳ ଭାବେ ଦାୟିତ୍ଵ ତୁଲାଇଥିବା ଶ୍ରୀଯୁକ୍ତ ନିଖିଲ ପବନ କଲ୍ଯାଣଙ୍କୁ ପ୍ରଶାସନ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ବିକାଶ ଭବନ ଠାରେ ଅୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ କହିଥିଲେ ଯେ, ବିଭିନ୍ନ ବିଭାଗର ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହାକୁ ସଫଳ ମଧ୍ୟ କରାଯାଇପାରିଛି। ସମସ୍ତ ବିଭାଗର ଅଧିକାରୀ ଏବଂ ଜନ ସାଧାରଣଙ୍କ ସହଯୋଗ ପାଇଁ ଏସବୁ କାର୍ଯ୍ୟକ୍ରମ ଆଜି ସଫଳ ହୋଇପାରିଛି। ତେଣୁ ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଡିଏଫ୍ଓ ଶ୍ରୀ ଯୋଶବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଶ୍ରୀ ଶିବ ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦଶକ ଶ୍ରୀ ଭୈରବ ସିଂ ପଟେଲ, ପିଡି ଡୁଡ଼ା ତଥା ଡିଏମଏଫ୍ ସିଇଓ ଶ୍ରୀମତୀ ରିତା ଡ଼ାଙ୍ଗ, ସଦର ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ବଣାଇ ଉପଜିଲ୍ଲାପାଳ ଶ୍ରୀ ସୁରଞ୍ଜନ ସାହୁ , ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ତଥା ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ


ad-week
Leave A Reply

Your email address will not be published.