କାଲିମେଳା ବନବିଭାଗ କୁ ବଡ଼ ସଫଳତା, ଚୋରା କାଠ ଚାଲାଣ ମାମଲାରେ ଦୁଇଟି ଗାଡି ସହ ୪ଗିରଫ

add-all

ମାଲକାନଗିରି : ମାଲକାନଗିରି କାଲିମେଳା ରେଞ୍ଜ ଅନ୍ତର୍ଗତ ପଡିଆ ସେକ୍ସନ କୁର୍ତି ବିଟ ଅଂଚଳରେ ଆଜି ସକାଳେ ବନ ବିଭାଗତରଫରୁ ପେଟ୍ରୋଲିଂ କରିବା ସମୟରେ ବନପାଳ ଶ୍ରୀ ପବିତ୍ର ଦାସ ଏବଂ କାଲିମେଲା ରେଞ୍ଜର ବନ କର୍ମଚାରୀ ପପିତା ଆଜମେରା,କାନନ ବିଶ୍ୱାସ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ ମୋଟରସାଇକେଲ ସହିତ ୭ଟି ସାଗୁଆନ ଗଣ୍ଡି ସାଇଜ ପ୍ରାୟର ୧.୨୨୨ ଘନମିଟର ରୁ ଉର୍ଦ୍ଧ୍ବ କାଠ ଜବତ କରିଛନ୍ତି ।
ଏହି ଚୋରା କାଠ ମାମଲାରେ ଜଡିତ ୪ଜଣ ଅଭିଯୁକ୍ତ ମାନେ ହେଲେ MPV 61 ଗ୍ରାମର ତାରକନାଥ ସର୍ଦ୍ଦାର, କୃଷ୍ଣ ସରକାର, କଲଦାପାଲି ଗ୍ରାମର କାହ୍ନୁ ଚରଣ ମାଡକାମି ଏବଂ ମୁକା ମାଡି ଙ୍କ ନାଁରେ ନାମରେ ମାମଲା ରୁଜ୍ଜୁ କରିବା ସହ ଗରିଫ କରିଛନ୍ତି । ଏହା ବାବଦରେ ଅଧିକ ତଦନ୍ତ ଚାଲୁ ରହିଥିବା ରେଞ୍ଜର ଶ୍ରୀ ସୁଶାନ୍ତ କୁମାର ଦଳେଇ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.