

ଦାରିଙ୍ଗବାଡ଼ି,: ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତି ତଥା ଲ୍ୟାମ୍ପସର ନିର୍ବାଚନ ରାପଡାବାଡ଼ି ସ୍କୁଲ ପରିସର ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତିରେ ୧୫ ଗୋଟି ୱାର୍ଡ ରହିଥିବା ବେଳେ ୮ ନଂ ୱାର୍ଡରେ ଦିଲୀପ ପ୍ରଧାନ ଓ ୧୩ ନଂ ୱାର୍ଡରେ ସରଶିଳା ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୩ ଗୋଟି ୱାର୍ଡରେ ନିର୍ବାଚନ ହୋଇଥିଲା । ସେଥି ମଧ୍ୟରୁ ୧ ନଂ ୱାର୍ଡ ଚିତ୍ରସେନ ପ୍ରଧାନ,୨ନଂ ଚକ୍ରଧର ମଳିକ,୩ନଂ ଧର୍ମେନ୍ଦ୍ର ପ୍ରଧାନ,୪ନଂ ଧୀରେନ ପ୍ରଧାନ,୫ନଂ ପ୍ରକାଶ ପ୍ରଧାନ ୬ନଂ ଜୁନସ ପ୍ରଧାନ,୭ନଂ ନିଳାମ୍ବର ପ୍ରଧାନ ୯ନଂ ଦୁଃଖା ଗୌଡ଼,୧୦ନଂ ସାଧୁ ନାୟକ ୧୧ନଂ ଜୟକାନ୍ତ ପ୍ରଧାନ,୧୨ନଂ ପଠାଣି ସାହୁ ,୧୪ ନଂ ରୁପେଲି ପ୍ରଧାନ,୧୫ନଂ ଲିଲିମା ପ୍ରଧାନ ନିଜ ପ୍ରତିଦ୍ବନ୍ଦିଙ୍କୁ ହରାଇ ବିଜୟ ହୋଇଛନ୍ତି । ଉକ୍ତ ସମିତିରେ ୧୫୯୯ ଜଣ ଭୋଟର ରହିଥିବା ବେଳେ ୭୭୬ ଜଣ ଭୋଟର ମତଦାନ କରିଥିବା ଜଣାପଡିଛି। ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ଏହିକାର୍ଯ୍ୟରେ ମତଦାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ୨ ଟି ବୁଥ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଏସ ସଦାନନ୍ଦ ପରିଚାଳନା କରିଥିଲେ।