ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେରେଡି ସରପଞ୍ଚ ବନିତା କହଁର, ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ଷୌଣ୍ଢିକ ସମାଜର ସଭାପତି ଦେବଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା ।ଉପସଭାପତି ବାଳକୃଷ୍ଣ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ବସନ୍ତ ସାହୁ,କୋଷାଧ୍ୟକ୍ଷ ଶିବ ପ୍ରସାଦ ସାହୁ ,ଉପଦେଷ୍ଟା ତୈନାଥ ସାହୁ,ପ୍ରଫୁଲ୍ଲ କୁମାର ସାହୁ, ପଦ୍ମ ଚରଣ ସାହୁ, ମଳୟ ବେହେରାଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ସମାରୋହରେ ଷୌଣ୍ଢିକ ସମାଜର ସଂଗଠନ କିପରି ସୁଦୃଢ ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ଏବଂ ନିଶା ନିବାରଣ,ଶିକ୍ଷା ଓ ସଂସାର ଉପରେ ମା ମାନଙ୍କ ଏବଂ ପରିବାରର ଭୂମିକା କଣ ରହିବା କଥା ତାହାକୁ ବିସ୍ତୃତ ଭାବରେ ବୁଝାଇ ଥିଲେ ।ଏହି ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲାର ବହୁ ମାତ୍ରାରେ ଷୌଣ୍ଢିକ ସମାଜ ବାସୀ ଉପସ୍ଥିତ ଥିଲେ । ଏଥିରେ ସରୋଜ ବେହେରା ସଭା ପରିଚାଳନା କରିଥିଲେ । ଷୌଣ୍ଢିକ ସମାଜର ପ୍ରତିଷ୍ଠାତା ଅବଦୂତ ସାହୁ , ପଦ୍ମ ଚରଣ ସାହୁ , ଦିନ ବନ୍ଧୁ ସାହୁ , ପ୍ରଫୁଲ୍ଲ ସାହୁ , ଇନ୍ଦ୍ର ପ୍ରଧାନଙ୍କ ସମେତ ଏହି ସମାଜର ଉପବିଧି ଲେଖକ ସ୍ବର୍ଗତ ଅବଦୁତ ସାହୁ , ଆଙ୍କର ଲେଖନୀ ମୁନର ଲେଖା ଓ ଉପବିଧୀର ନିୟମକୁ ମାନି ଆଜି କନ୍ଧମାଳ ଜିଲ୍ଲାରେ ପଛୁଆ ବର୍ଗର ପ୍ରତ୍ୟେକ ସମାଜକୁ ଏକତ୍ରିତ କରି ପଛୁଆ ବର୍ଗର ସ୍ଥାନକୁ ବଜାୟ ରଖିବା ପାଇଁ ଏବଂ ଉପଵିଧି ଲେଖନୀକୁ ସ୍ମରଣ କରିବା ପାଇଁ ପ୍ରତିଷ୍ଠା ଦିବସ ପାଳନ କରିଛି କନ୍ଧମାଳ ଜିଲ୍ଲା ଷୌଣ୍ଢିକ ସମାଜ। ଶେଷରେ ଶିବ ପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ କେରେଡି ଗ୍ରାମର ମା ଭଉଣୀ ଏବଂ ଯୁବଗୋଷ୍ଟି ସମ୍ପୂର୍ଣ୍ଣ ସହଜୋଗ କରିଥିଲେ ।

ad-week
Leave A Reply

Your email address will not be published.