ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଲେ ପରୀକ୍ଷାର୍ଥୀ ଯୁବକ

Independence

ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ଜୋରଦାର

ଛତ୍ରପୁର : ଭାରତ ସରକାରଙ୍କ ସେନା ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ ଘୋଷଣା ହେବାଠାରୁ ସାରା ଦେଶରେ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ମାନେ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି, ତେବେ ସୋମବାର ଛତ୍ରପୁର ରେଲୱେ ଷ୍ଟେସନକୁ ଆନ୍ଦୋଳନକାରୀ ଘେରିବା ସହ ଷ୍ଟେସନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୋରଦାର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯୁବକ ମାନେ ନାରାବାଜି ଦେଇଥିଲେ ।
ତେବେ ଏ ଅଗ୍ନିପଥ ନିଆଁ ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ହେବା ସହ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପ୍ରତିବାଦର ସ୍ବର କିଛିଦିନ ହେଲା ଦେଖିବାକୁ ମିଳୁଛି। ପୂର୍ବରୁ ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରୁ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଶହ ଶହ ଛାତ୍ର ଯୁବକ ଆରଡିସିଙ୍କ କାର୍ଯ୍ୟାଳୟ କୁ ଘେରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପୁଣି ସୋମବାର ସର୍ବ ଭାରତୀୟ ଡାକରାକୁ ରକ୍ଷା କରି ଗଞ୍ଜାମର ଆର୍ମି ଆଶାୟୀ ଯୁବକ ମାନେ ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଥିଲେ । ତେବେ ପୂର୍ବରୁ ଛତ୍ରପୁର ରେଲୱେ ଷ୍ଟେସନରେ ଆଗୁଆ ସୂଚନା ରଖି ବ୍ଯପକ ମାତ୍ରାରେ ପୋଲିସ ଛାଉଣି ସହ ଷ୍ଟେସନ ପରିସରରେ ସୁରକ୍ଷାକର୍ମୀ ମୁତାୟାନ ଥିବାରୁ ଆନ୍ଦୋଳନ କର୍ମୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଯାହାଫଳରେ ପୋଲିସଙ୍କ ସହ ଦ୍ବନ୍ଦ ଉପୁଜିଥିଲା ଏବଂ ଯୁବକ ମାନେ ଷ୍ଟେସନ ସାମ୍ନାରେ ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରିଥିଲେ ।

ତେବେ ଗଞ୍ଜାମର ଅନେକ ଆଶାୟୀ ଯୁବକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିବା ବେଳେ ଏନସିସି ‘ସି’ ସାର୍ଟିଫିକେଟ୍ ଯୁବକ ମାନଙ୍କ କେବଳ ଚାକିରି ଅର୍ଡର ପାଇବାର ବାକିଥିଲେ, ଓ ଅନେକଙ୍କ ପିଜିକାଲ ରେ ମଧ୍ୟ ଉତୀର୍ଣ ହୋଇସାରିଥିଲେ, ଏଭଳି ବିଭିନ୍ନ ବର୍ଗର ଯୁବକମାନେ ନିଜ କ୍ୟାରିୟର ନଷ୍ଟ ହୋଇଯାଇଥିବା ନେଇ ସରକାରଙ୍କ ପାଖେ କ୍ଷୋଭ ପ୍ରକାଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ବିକ୍ଷୋଭକାରୀଙ୍କ ସବୁଠାରୁ ବଡ ଦାବି ହେଲା ଯେ ଚାରିବର୍ଷିଆ ଅଗ୍ନି ପଥ ସ୍କିମ ଓ ଟିଓଡି କୁ ରଦ୍ଦ କରିବା ସହ ବାତିଲ ହୋଇଥିବା ସମସ୍ତ ସିଇଇ ପରୀକ୍ଷାକୁ ତୁରନ୍ତ କରିବା । ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଷ୍ଟେସନ ମାଷ୍ଟରଙ୍କୁ ଦାବୀପତ୍ର ଦେବା ବେଳେ ଛାତ୍ର ନେତା ଇଜୁ ଅମିନ ଖାନଙ୍କ ନେତୃତ୍ୱରେ କାମରାଜୁ ରେଡି, ଅମିତ କୁମାର ସାହୁ, ବିଚିତ୍ରନନ୍ଦ ପ୍ରଧାନ, ଶ୍ରୀନୁବାସ ରେଡି, ସୀମାଞ୍ଚଳ ବେହେରା, ରାକେଶ ସାହୁ, ଅରୁଣ ସେଠି, କେ. ଗୋବିନ୍ଦ ରାଓ, ଦେବାଶିଷ ସାହୁ ସଚିନ ନାହାକ, ଅଭିଷେକ ଗୌଡ, ଏବଂ ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡି, ସମାଜ ସେବି ଭାଗିରଥି ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏହା ପରେ କିଛି ପ୍ରତିନିଧି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଏକ ଦାବି ପତ୍ର ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇଥିଲେ। ଯଦି ସରକାର ନଶୁଣନ୍ତି, ଆଗାମୀ ସମୟରେ ଆନ୍ଦୋଳନ ଆଉରି ତୀବ୍ରତର ହେବ ବୋଲି ଜଣାଇଛନ୍ତି ।

ad-week
Leave A Reply

Your email address will not be published.