ଗଞ୍ଜାମରେ ଜିଲ୍ଲାରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଜିଲାପାଳ

add-all

ଛତ୍ରପୁର (୨୦ା୬) : ଗଞ୍ଜାମ ଜିଲାରେ ନୂତନ ଜିଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ସୋମବାର ଯୋଗ ଦେଇଛନ୍ତି। ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଆଜି ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି। ସେ ୨୦୧୬ ଆଇଏଏସ୍‌ ବ୍ୟାଚର ଏବଂ ଏହା ପୂର୍ବରୁ ସେ ସମ୍ବଲପୁରର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଜିଲାପାଳ ଭାବେ ଯୋଗ ଦେବା ପରେ ତାଙ୍କୁ ବିଭିନ୍ନ ବିଭାଗର ଅଧିକାରୀ ସମ୍ବର୍ଦ୍ଧନା ଦେଇଥିଲେ। ଜିଲାରେ ସମସ୍ତ ଉନୟନମୂଳକ କାର୍ଯ୍ୟ ୫ଟି ମନ୍ତ୍ର ଆଧାରରେ ଆହୁରି ଆଗେଇ ନେବାକୁ ପଡ଼ିବ। ସମସ୍ତ ବିଭାଗର ସମୀକ୍ଷା କରି ଏହାକୁ ତ୍ୱରାନ୍ବିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜିଲାରେ ବହୁ ଯୋଜନା ଚାଲିଛି, ଏହି କାର୍ଯ୍ୟ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ ତା’ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.