ଅଜଣାଗାଡି ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

add-all

ଦାରିଙ୍ଗବାଡ଼ି, (୨୦/୬) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମର ଶରତ ପ୍ରଧାନୀ (୨୮) ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଥାଉକି ଗତ ଶନିବାର ୧୮/୨/୨୨ ରିଖ ଦିନ କୌଣସି କାମ ନେଇଁ ମୁଣ୍ଡାମା ଗ୍ରାମ ଯାଇ ସାଇକେଲରେ ନିଜ ଘରକୁ ଦିନ ପ୍ରାୟ ୧ଘଣ୍ଟା ଫେରୁଥିବା ସମୟରେ ଅଜଣା ଗାଡି ଧକାରେ ରୋଡ଼ କଡରେ ଗୁରୁତ୍ୱର ଅବସ୍ଥା ରେ ପଡ଼ି ରହିଥିଲା। ରୋଡ଼ କଡରେ ଗୁରୁତ୍ୱର ଅବସ୍ଥାରେ ପଡିଥିବା ଖବର ପାଇ ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି ଯଥା ଶିଘ୍ର ସମ୍ଭବ ବ୍ରାହ୍ମଣୀଗାଁ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରି ଗୁରୁତର ଥିବାରୁ ବ୍ରହ୍ମପୁର ରେଫର କରିଥିଲେ। ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନେଉଥିବା ସମୟରେ ଅଧିକ ଗୁରୁତ୍ୱର ହେବାରୁ ମହନା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମୃତ୍ୟୁ ଘୋଷଣା କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ପଠାଇଥିଲେ। ଗତ କାଲି ଶବ ବ୍ୟବଛେଦ ହେବାପରେ ପରିବାର ଲୋକ ମୃତ ଶରୀରକୁ ନିଜ ଗ୍ରାମକୁ ଫେରାଇ ଆଣି ଗ୍ରାମବାସୀଙ୍କ ସହଯୋଗରେ ସବ ସତ୍କାର କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଗତ ବର୍ଷ ବିବାହ କରିଥିଲା।

ad-week
Leave A Reply

Your email address will not be published.