୧୧ ଦଫା ଦାବି ପୂରଣ ନେଇ ବିଧାୟକଙ୍କୁ ଡ୍ରାଇଭର ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।

add-all

ଦାରିଙ୍ଗବାଡ଼ି (୨୦/୬) : ଓଡ଼ିଶା ଡ୍ରାଇଭର ମହାସଙ୍ଘ ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଂଘର ସଦସ୍ୟ ମାନେ ରବିବାର ଦିନ ଡ୍ରାଇଭର ସଂଘ ୧୧ ଦଫା ଦାବି ଗୁଡ଼ିକୁ ପୂରଣ କରିବା ନିମନ୍ତେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଙ୍କୁ ତାଙ୍କ ବାସ ଭବନରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପୂର୍ବରୁ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଭୁବନେଶ୍ୱର ରେ ଏକ ବିରାଟ ଶଭାଯାତ୍ରା ରେ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହି ସମୟରେ ଡ୍ରାଇଭର ସଂଘର ଦାବିଗୁଡ଼ିକ ତିନି ମାସ ମଧ୍ୟରେ ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏତେ ସମୟ ବିତି ଯାଇଥିଲେସ ସୁଧା ମସ୍ତ ଦାବି ଗୁଡ଼ିକ ପୂରଣ ଦିଗରେ କୌଣସି ସୂଚନା ସଂଘ ପାଇ ନଥିବାରୁ ରାଜ୍ୟ ସଂଘ ନିଷ୍ପତ୍ତି ପରେ ସମସ୍ତ ନିର୍ବାଚନ ର ବିଧାୟକ ଓ ବିଧାୟିକା ଙ୍କୁ ଭେଟି ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି। ଏବଂ ଦାବି ଗୁଡ଼ିକୁ ପୂରଣ ଦିଗରେ ପଦକ୍ଷେପ ନେବାକୁ ସଙ୍ଘ କର୍ମକର୍ତ୍ତା ମାନେ ଅନୁରୋଧ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଦାରିଙ୍ଗବାଡ଼ି ଡ୍ରାଇଭର ସଂଘର ଉପସଭାପତି ସନ୍ତୋଷ କୁମାର ଦିଗାଳଙ୍କ ସମେତ ନିର୍ବାଚନର ଚାରୋଟି ବ୍ଲକର ଡ୍ରାଇଭର ମହା ସଂଘର ନେତୃତ୍ୱ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.