ବଜ୍ରପାତରେ ୫ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

add-all


ଚିକିଟି : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ପଣସଖୋଲ ଗ୍ରାମ ନିକଟରେ ବଜ୍ରପାତ ଘଟି ୫ ଟି ଛେଳି ମୃତ୍ୟୁ ଘଟିଥିବା ବେଳେ ଛେଳି ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ ଆଜି ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଅପରାହ୍ନରେ ଆମ୍ବଗାଁର ଜି ସାକିଲି କନ୍ୟାରି ନିଜ ଛେଳିପଲକୁ ନେଇ ଗାଁ ନିକଟସ୍ଥ ପଣସଖୋଲ ପାହାଡକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା ସାକିଲି ଛେଳିପଲ ସହିତ ଏକ ଗଛମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ୫ଟି ଛେଳିର ମୃତ୍ୟୁ ଘଟିଥିଲା । ତେବେ ଏଥିରୁ ଅଳ୍ପକେ ସାକିଲି ବର୍ତ୍ତି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଗୋଷ୍ଠୀ ପଶୁ ଚିକିତ୍ସାଧିକାରୀ ପହଞ୍ଚି ଥିବା ଜଣାପଡିଛି । ୫ ଟି ଛେଳିର ମୂଲ୍ୟ ପାଖା ପାଖି ୫୦,୦୦୦ ହେବ ବୋଲି ଜଣାପଡିଛି । ଅସହାୟ ସାକିଲି ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.