ଆମ୍ଵଗାଁ ରେ ଗୋଷ୍ଟି ସଂଘର୍ଷ, ଦୁଇ ବାଇକ ପୋଡି ପାଉଁଶ

add-all

ହିଞ୍ଜିଳିକାଟୁ (୨୧।୬) : ହିଞ୍ଜିଳିକାଟୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତ ବାଦିଆମ୍ବ ଗ୍ରାମରେ ଘଟିଛି ରାଜନୈତିକ ଆକ୍ରୋଶ। ଫଳରେ ଗୋଷ୍ଠୀ ସଂଘର୍ଷ ଘଟିବା ସହ ଦୁଇ ଜଣକ ଦୁଇ ବାଇକ ଜଳିପୋଡି ନଷ୍ଟ ହୋଇଯାଇଛି । ଗୋଷ୍ଟି ସଂଘର୍ଷ ରେ ଆହତ ହୋଇ ପୋଲିସ ଭୟରେ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ତ୍ରି ସ୍ତରିୟ ପଞ୍ଚାୟତ ନିର୍ବାଚନ ପରେ ଆମ୍ବଗ୍ରାମରେ ରାଜନୈତିକ ହିଁସା ଲାଗିରହିଛି। ଗୋଷ୍ଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ଦିନ ଦୁଇ ଗୋଷ୍ଟି ମଧ୍ୟରେ କଥା କଟାକଟି ହୋଇଥିଲା। କଥା କଟାକଟି ହୋଇ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା।ସୋମବାର ରାତି ପ୍ରାୟ ୧୦ ଘଣ୍ଟା ସମୟେ ଶାସନ ଆମ୍ଵଗାଁ ରୁ ଗୋଟିଏ ଗୋଷ୍ଟି ବାଦିଆମ୍ଵଗାଁ ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ବାଦିଆମ୍ଵଗାଁ ର ଗୋଷ୍ଠୀ କିରୋସିନୀ ଢାଳି ଆସିଥିବା ବାଇକ ପୋଡି ଦେଇଥିଲେ ଫଳରେ ଅନ୍ୟ ଗୋଷ୍ଟି ବାଦିଆମ୍ଵଗାଁ ର ଦାଣ୍ଡରେ ଥିବା ଏକ ବାଇକ ପୋଡି ଦେଇଥିଲେ। । ଫଳରେ ଘଟଣାସ୍ଥଳ ନିଆଁ ଲଗାଇବାକୁ କେନ୍ଦ୍ର କରି ଉଭୟ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଫଳରେ ଜଣେ ଯୁବକକୁ ଗୋଟିଏ ଗୋଷ୍ଠୀର ଯୁବକ ମାନେ ଅଟକାଇ ଘରକୁ ନେଇ ବାନ୍ଧି ପକାଇଥିଲେ । ଯାହାକୁ କେନ୍ଦ୍ର କରି ପରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଘଟଣାରେ କେହି ଗୁରୁତର ହୋଇ ନଥିବା ବେଳେ ଆହତ ହୋଇଥିବା ଜଣାପଡିଛି। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ବିପକ୍ଷ ଗୋଷ୍ଠୀର ମଧ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।କିଛି ଦିନର ନିରବତା ପରେ ପୁଣିଥରେ ରାଜନୈତିକ ଶତ୍ରୁତାକୁ ନେଇ ଅଶାନ୍ତ ହୋଇଛି ହିଞ୍ଜିଳି ଥାନା ଆମ୍ଵଗାଁ ପଞ୍ଚାୟତ । ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ଶିକାର ହୋଇଛି ଦୁଇ ବାଇକ ।ପୋଲିସ ଗ୍ରାମରୁ କିଛି ଲୋକଙ୍କୁ ଆଣି ପଚରା ଉଚରା କରୁଥିବା ବେଳେ କେହି ଲିଖିତ ଅଭିଯୋଗ ପ୍ରଦାନକରାନଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.