୩ ସହିଦ ଯବାନଙ୍କ ପରିବାରକୁ ୨୦ ଲକ୍ଷ ସହାୟତା, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲଗୁଳିରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ୍‌ଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ଡିଜିପିଙ୍କ ଟୁଇଟ୍‌ ଅନୁସାରେ ପ୍ରତି ସହିଦଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ।

ସିଆରପିଏଫର ଯବାନମାନେ ସହିଦ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନକ୍ସଲ ମୁକାବିଲା ପାଇଁ ବାହାରିଥିବା ବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି। ନିଶ୍ଚିତ ରୂପେ ଏହା ଏକ ଦୁଖଦ ଘଟଣା। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ସୂଚନାଯୋଗ୍ୟ ନୂଆପଡ଼ାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ୍‌ ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସିଆରପିଏଫ୍‌ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇଯାଇଥିଲେ। ସେମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି କରିଥିଲେ। ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ। ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ ଜଣ ଯବାନ ସହିଦ ହୋଇଥିଲେ।

ସହିଦ ଯବାନମାନନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ। ସିଆପିଏଫ୍ ଏଏସଆଇ ଶିଶୁପାଳ ସିଂହ ହେଉଛନ୍ତି ଉତ୍ତର ପ୍ରଦେଶ ନିବାସୀ। ଆଲିଗଡ଼ ଜିଲ୍ଲା ସିକନ୍ଦରାରାଉ ଥାନା ଅନ୍ତର୍ଗତ ଲାଲଗିରି ଗାଁରେ ତାଙ୍କର ଜନ୍ମ। ସେହିପରି ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ନିବାସୀ ଏଏସଆଇ ଶିବଲାଲ ମଧ୍ୟ ସହିଦ ହୋଇଛନ୍ତି । କନଷ୍ଟେବଲ୍ ଧର୍ମେନ୍ଦ୍ର କୁମାର ସିଂହ ବିହାରର ରୋହତାସ ଜିଲ୍ଲା ଦନୱାର ଥାନା ଅନ୍ତର୍ଗତ ସରଭା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.