ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟିତ୍ୱ ଗ୍ରହଣ

add-all

ଫୁଲବାଣୀ (୨୨/୬) : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡିଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି lବୃନ୍ଦା ଡିଙ୍କୁ ଓଏସଏମସି ଏଲ, ଭୁବେନଶ୍ୱରକୁ ବଦଳି ହୋଇଛି l ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟ କରୁଥିଲେ l ଦାଇତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲଙ୍କୁ ପଚାରିବାରେ ଜିଲାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦ୍ରୁଷ୍ଟି ଦେବେବୋଲି କହିଛନ୍ତି l ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତିରେ ଦ୍ରୁଷ୍ଟି ଦେବେ ବୋଲି ଆହୁରି କହିଥିଲେ l ଆଜି ଦାଇତ୍ୱ ଗ୍ରହଣ କରିବା ପରେ ବରିଷ୍ଟ ସାମ୍ବାଦିକ ସୁନୀଲ ପଟ୍ଟନାୟକ,ସୁନୀଲ ବିଶ୍ବାଳ,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସୁର୍ଯ୍ୟ ନାରାୟଣ ବେହେରା,ରମେଶ ଚନ୍ଦ୍ର ପ୍ରଧାନ, ବ୍ରଜ ମୋହନ ନାୟକ, ପ୍ରଶାନ୍ତ କୁମାର ବେହେରା, ଶିବ ବିଶ୍ୱାଳ, ଜୟ ସେନ ପରିଡ଼ା, ପ୍ରମୁଖ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l
କନ୍ଧମାଳର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରେ ଯେମିତି ଉର୍ଣ୍ଣତି ହେବା ପାଇଁ ନୀତି ନିୟମ କାର୍ଯ୍ୟକାରୀ ହେଉଥିଲା ସେଇ କ୍ରମରେ ଚାଲୁ ରହିବ।ଆଉ ଯାହାବି କାର୍ଯ୍ୟ ହେବ ସମସ୍ତଙ୍କୁ ନେଇ ମିଳିମିଶି ସୁବିଧାରେ ଉର୍ଣ୍ଣତି ମୁଳକ କାର୍ଯ୍ୟ ଗୁଡିକୁ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.