ବ୍ରହ୍ମପୁର ଶାନ୍ତିକୁଣ୍ଡ ତରଫରୁ ଅନ୍ତରାଷ୍ଟୀୟ ଯୋଗ ଦିବସ ପାଳନ

add-all

ବ୍ରହ୍ମପୁର : ଶାନ୍ତି ଜ୍ୟୋତି ଭବନ, ନିଳାଚଳ ନଗର, ଅନ୍ତରାଷ୍ଟୀୟ ଯୋଗ ଦିବସ ପାଳନର ଶୁଭ ଅବସରରେ ଆୟୋଜିତ ଏକ ସାର୍ବଜନୀକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଦୀପ ପ୍ରଜ୍ଜ୍ବଳନ ଦ୍ବାରା କରିଛନ୍ତି ଅହମଦାବାଦର ଲୋକ ଜାଗୃତି କେନ୍ଦ୍ର ବିଶ୍ବ ବିଦ୍ୟାଳୟର ଅଧ୍ୟାପିକା ଭଗ୍ନୀ ଡା ଅନୁରାଧା ଆଚାର୍ଯ୍ୟ, ଭାରତ ପେଟ୍ରୋଲିୟମ ର ମୁଖ୍ୟ ପ୍ରବନ୍ଧକ ଭ୍ରାତା ଶତୃଘ୍ନ ରଥ ଏବଂ ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା। ଅଧ୍ୟାପିକା ଭଗ୍ନୀ ଡା ଅନୁରାଧା ଆଚାର୍ଯ୍ୟ ଯୋଗ ଦ୍ବାରା ସକାରାତ୍ମକ ବିଚ଼ାର ପ୍ରୟୋଗ କରି କିପରି ମାନସିକ ପରିବର୍ତ୍ତନ କରିପାରିବା ସେ ନିଜ ଦୈନନ୍ଦିନ ଜୀବନର ଅନୁଭବରୁ ବ୍ୟକ୍ତ କରିଥିଲେ। ଭାରତ ପେଟ୍ରୋଲିୟମ ର ମୁଖ୍ୟ ପ୍ରବନ୍ଧକ ଭ୍ରାତା ଶତୃଘ୍ନ ରଥ ଯୋଗ ପାଇଁ ଆଧ୍ୟାତ୍ମିକ ବିକାଶ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା ଏ ବର୍ଷର ଯୋଗ ଦିବସ ର ବିଷୟ ମାନବିକତା ପାଇଁ କରୁଣା ଓ ଦୟାର କିପରି ମହତ୍ତ୍ବ ପୂର୍ଣ୍ଣ ସ୍ଥାନ ରହିଛି ତାହା ସ୍ପଷ୍ଟ କରି ସମସ୍ତଙ୍କୁ ରାଜଯୋଗର ଅଭ୍ୟାସ କରାଇଥିେଲ । ପରିଶେଷରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ଈଶ୍ବରୀୟ ଉପହାର ପ୍ରଦାନ କରିଥିଲେ। ସଭାରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।

ad-week
Leave A Reply

Your email address will not be published.