
ହିଞ୍ଜିଳିକାଟୁ (୨୨/୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ ର ଅଙ୍ଗନୱାଡି କେନ୍ଦ୍ର ଠିକ୍ ରୁପେ ଖୋଲା ଯାଉନଥିବା ଓ ଅନିୟମିତତା ଅଭିଯୋଗ ହୋଇଛି। ତାହାର ଉଦାହରଣ ସ୍ୱରୂପ ୧୫ ନଂ ୱାର୍ଡ ର ବୁଧବାର ସକାଳୁ କୁନି କୁନି କୋମଳମତିଶିଶୁମାନନେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ତୋଟା ସାହି ପ୍ରାଇମେରୀ ସ୍କୁଲ୍ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥିଲେ। ସେଠାରେ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖି ପାହାଚ ଉପରେ ପିଲା ମାନେ ଵସି ଦିଦିଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଫଳରେ ଘଟଣାସ୍ଥଳରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସାଥିରେ ଥୂଲେ ଅଙ୍ଗନୱାଡି ହେଲ୍ପର ତାଙ୍କ ପାଖରେ ଚାବି କାଠି ନଥିବା ଓ ଚାବି ଦିଆଯାଉନଥିବା ସଫେଇ ଦେଇଛନ୍ତି। ଅଙ୍ଗନୱାଡି କର୍ମୀ ଙ୍କ ମର୍ଜିରେ କେନ୍ଦ୍ର ଖୋଲା ହୁଏ ଓ ବନ୍ଦ ହୁଏ ବୋଲି ଅଭିଯୋଗ ହୋଇଛି। ପିଲା ମାନେ କେନ୍ଦ୍ର ଆଗରେ ପାହାଚ ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି।
ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀ ଅଣ୍ଡା, ଡ୍ରେସ ଓ ପ୍ରସୂତିଙ୍କୁ ଅଣ୍ଡା ପୂର୍ଣ ମାତ୍ରାରେ ଦେବାରୁ ବଞ୍ଚିତ କରାଯାଇଛି। ଏ ନେଇ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ସମ୍ମନିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଗର୍ଭବତୀ, ପ୍ରସୂତି ଓ ଜନ୍ମର ୭ମାସ ଠାରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ହିଞ୍ଜିଳି ଅଙ୍ଗନବାଡ଼ି କେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।ଶିଶୁ ସମନ୍ୱିତ ବିଭାଗ ଅନ୍ତର୍ଗତ ହିଞ୍ଜିଳି ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ପ୍ରାୟ ଦୀର୍ଘ ମାସ ହେବ ହିତାଧିକାରୀମାନେ ମାସକ ୧୨ ଟି ଅଣ୍ଡା ବଦଳରେ ୬ଟି ଅଣ୍ଡା ପାଇଁ ଆସୁଛନ୍ତି। ଏଥି ସହିତ ପିଲା ଙ୍କୁ ଦୁଇ ହଳ ଡ୍ରେସ ବଦଳରେ ଗୋଟିଏ ହଳ ଡ୍ରେସ ଦିଆଯାଇଥିବା ଅଭିଭାବକ ଅଭିଯୋଗ ଆଣିଛନ୍ତି। ଗତ ୨୦୨୦ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ୍ କଟକଣା ପାଇଁ କେନ୍ଦ୍ର ବନ୍ଦ ଥିବା ବେଳେ ସରକାର କେନ୍ଦ୍ରର ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଅଣ୍ଡା, ଚାଉଳ, ଡ଼ାଲି, ତେଲ, ପନିପରିବା ଯୋଗାଇବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇ ନଥିବା ଗ୍ରାମବାସୀ କହିଛନ୍ତି। ଅଙ୍ଗନୱାଡି କର୍ମୀ ଠିକ୍ ସମୟରେ କେନ୍ଦ୍ର କୁ ଆସୁନଥିବା ଅଭିଯୋଗ ହୋଇଛି। ଏନେଇ ସିଡିପିଓ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ଓ ପ୍ରତିକ୍ରିୟା ମିଳିପାରି ନାହିଁ ।