ଭାଗବତ ମନ୍ଦିର ହନୁମତ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତ ତିନିଘରିଆ ଗ୍ରାମରେ ଭାଗବତ ମନ୍ଦିର ଏବଂ ହନୁମତ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତହୋଇଥିଲା। ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ଏହି ଉତ୍ସବ ଶନିବାର ଦିନ ଆରମ୍ଭ ହୋଇ ବୁଧବାର ଦିନ ଶେଷ ହୋଇଥିଲା। ପ୍ରତିଷ୍ଠା ଦୁଇଦିନ ପୂର୍ବରୁ ଗ୍ରାମରେ ଭାଗବତ ସପ୍ତାହ ଆରମ୍ଭ ହୋଇ ପରାୟଣ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା।ଶନିବାର ଦିନ ପ୍ରତିଷ୍ଠାପାଇଁ ଜଳାଯାତ୍ରା ଦୀକ୍ଷା ଗ୍ରହଣ ଅଙ୍କୁରାରୋପଣ ସାଲା ସଂସ୍କାର ବ୍ରାହ୍ମଣ ବରଣ ମଣ୍ଡଳ ପୂଜା ସୂର୍ଯ୍ୟପୂଜା ଘୃତ ଯଜ୍ଞ ଚବିଶି ପ୍ରହର ନାମ ଯଜ୍ଞ ଚକ୍ର ଧ୍ଵଜ।ସ୍ଥାପନ ସହିତ ଅର୍ଣ୍ଣଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଷ୍ଠାପାଇଁ ଗ୍ରାମ ଉତ୍ସବ ମୁଖରିତ ହୋଇ ପଡ଼ିଥିଲା।ରଙ୍ଗୀନ ଆଲୋକ ମାଳା ବିଭିନ୍ନ ସାଜସଜା ସହିତ ରାମ ଦୋଳି ପ୍ରଭୁତି ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରୁଥିଲା।ନିୟମିତ ଭାବେ ଆଖପାଖ ଅଞ୍ଚଳର ବହୁ ଭକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କର୍ତ୍ତା ଭବେ ବିଜୟ କୁମାର ପ୍ରଧାନ ଏବଂ ତାଙ୍କର ଧର୍ମପତ୍ନୀ ଯୋଗ ଦେଇଥିଲେ। ମୁଖ୍ୟ ପଣ୍ଡିତ ଅଶୋକ କୁମାର ପାଢୀ ଙ୍କ ସମେତ ଦ୍ଵାରିକା ଶତପଥୀ ପ୍ରମୁଖ ବହୁ ଜ୍ୟାଗ୍ନିକ ପଣ୍ଡିତ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.