ଜିଲ୍ଲା ପରିଷଦର ୬୯ ତମ ଜିଲ୍ଳା ପରିଷଦ ବୈଠକ ଅନୁଷ୍ଠିତ

add-all

ମାଲକାନଗିରି (୨୨/୬) : ମାଲକାନଗିରି ଜିଲ୍ଲା ସଦର ମହକୁମାର ଜିଲ୍ଳା ପରିଷଦ କାର୍ଯ୍ୟଳୟରେ ଆଜି ଜିଲ୍ଲା ପରିଷଦର ୬୯ ତମ ଜିଲ୍ଳା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଂଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ପିଡ଼ି ଡିଆର ଡିଏ ବାଳ ମୁକୁନ୍ଦ ଭୂୟାଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଙ୍କ ସମେତ ଜିଲ୍ଲା ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନର କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜାରି ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଗୁରୁତ୍ଵ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ୮ ଗୋଟି ଷ୍ଟାଣ୍ଡିଂ କମିଟି ଗଠନ କରଯାଇଥିଲା । ଯେଉଁ କମିଟି କି ଆଗାମୀ ଦିନରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵ ଦେବ ସେନେଇ ଏଥିରେ ନିସ୍ପତି ନିଆଯାଇଥିଲା ।

ad-week
Leave A Reply

Your email address will not be published.