ବୈତରଣୀ ନଦୀରୁ ପ୍ରାଚୀନ ମନ୍ଦିର ଶିଳାଖଣ୍ଡ ଉଦ୍ଧାର

add-all

ଧାମନଗର: ବାସୁଦବଙ୍କ ପୀଠ ସନ୍ନିକଟ ବୈତରଣୀ ନଦୀଗର୍ଭରୁ ପୂରାତନ ମନ୍ଦିରର ଭଗ୍ନାବିଶେଷ ଭଳି ଦିଶୁଥିବା ପ୍ରାଚୀନ ପଥର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ବାଲିଘାଟରେ ଟ୍ରାକ୍ଟର ଓ ଟ୍ରକରେ ବାଲି ଉତ୍ତୋଳନ ହେଉଥିବା ବେଳେ ଡୋଜରରେ ବାଲି ଉଠାଯିବା ବେଳେ ଏକ ପଥର ବାଜିଥିଲା । ପରେ ପାଣି ଭିତରୁ ଖୋଳିବାରୁ ପ୍ରାଚୀନ ପଥର ସହ ମନ୍ଦିରର ଗମ୍ବୁଜ ଚୁଳ, ଦଧିନଉତିରେ ବ୍ୟବହୃତ ଅନେକ ପଥରଖଣ୍ଡ ବାହାରୁଛି।

ଏହାକୁ ନେଇ ଏଠିକାର ଇତିହାସ କୁହେ ବାଲିପାଟଣା ନିକଟ ବୈତରଣୀ ନଦୀକୂଳରେ ଥିବା ଶ୍ରୀ ଶ୍ରୀ ବାସୁଦେବ ଠାକୁର ପ୍ରାୟ ୫ଶହ ବର୍ଷ ପୂର୍ବେ କେନ୍ଦ୍ରାପଡା ଜିଲ୍ଲା ଆଳିର ରାଜା ବାସୁଦେବ ଠାକୁରଙ୍କୁ ନୌକାରେ ନେଇ ଯାଉଥିବାବେଳେ ବାଲିପାଟଣା ନିକଟରେ ନୌକା ଆଗକୁ ଯାଇନଥିଲା । ସେଠାରେ ଥିବା ସାଧୁ ସନ୍ନ୍ୟାସୀଙ୍କ ଦ୍ବାରା ବାସୁଦେବଙ୍କ ମୂର୍ତ୍ତିକୁ ସେହି ନଦୀକୂଳରେ ଜଙ୍ଘଲିୟା ସ୍ଥାନରେ ଚାଳ ଘର କରି ସ୍ଥାପନା କରାଯାଇଥିଲା। ଏହିଠାରେ ଏକ ଅଲୌକିକ ଶକ୍ତି ଅଛି ବୋଲି ରାଜାଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଅନୁଭବ କରିଥିଲେ । ଏହି ବିଷୟରେ ମଧ୍ୟ ମାଳିକାରେ ବର୍ଣ୍ଣିତ ଅଛି। ତେଣୁ ବାହାରୁଥିବା ପ୍ରାଚୀନ ପଥର ଖଣ୍ଡକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ ଜମୁଛି ।

ଏ ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗ ସେଠାରେ ପହଞ୍ଚି ଅଧିକ ଗବେଷଣା କଲେ ଏହି ପ୍ରାଚୀନ ମନ୍ଦିର କିର୍ତ୍ତୀରାଜିର ଉଦ୍ଧାର ସହ ଅବଲୁପ୍ତ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ବାସୁଦେବ ମନ୍ଦିର କମିଟି ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ad-week
Leave A Reply

Your email address will not be published.