ରାଇମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ।

ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତ ସମବେଦନା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଆଜି ବରିଷ୍ଠ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ନିଜ ବାସଭାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ତାଙ୍କ ଅଭିନୟ ହେଉ କି ପିଚରେ ତାଙ୍କର ଡାଇଲଗ୍ ଉଚ୍ଚାରଣ ସବୁଦୃଷ୍ଟିରେ ଭିନ୍ନ ଥିଲେ ରାଇମୋହନ । ଏହାରି ଭିତରେ ତାଙ୍କର ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି । ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ad-week
Leave A Reply

Your email address will not be published.