ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ…

add-all


ଫୁଲବାଣୀ:-ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ କନ୍ଧମାଳ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲୀକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ,ପ୍ରଜାପିତା ବ୍ରହ୍ମ କୁମାରୀ ସଙ୍ଘର ସଦସ୍ୟା ବି.କେ ସବିତା,ଡି ଏସ ଏସ ଓ ବଳରାମ ଜେନା, ଅବକାରୀ ବିଭାଗର ଏସପି ମଧୁ ସ୍ମିତା ନାୟକ,ଏ ଏସ ଡବ୍ଲୁ ଓ କନ୍ଧମାଳ ମଞ୍ଜୁଲତା ପ୍ରଧାନ,ଡି ସି ପି ଓ ରଶ୍ମିତା କରନ ପ୍ରମୁଖ ମଞ୍ଚାସିନ ରହି ନିଶା ନିବାରଣ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏଥି ସହିତ ଏ ନେଇ ଏକ ରାଲି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରାଯାଇଥିଲା।ସଭା

ଶେଷରେ ନିଶା ନିବାରଣ ସକାଶେ ସମସ୍ତଙ୍କୁ ବୁଝାଇ ବା ପାଇଁ ସପଥ ପାଠ କରିଥିଲେ। ଏଥିରେ ପୋଲିସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ,ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶାନିବାରଣ ପାଇଁ ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ଲିଫପ୍ଲେଟ ବଣ୍ଟନ କରାଯାଇଥିଲେ।

ad-week
Leave A Reply

Your email address will not be published.