ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

add-all

ବ୍ରହ୍ମପୁର : ସରଧାବାଲି ସ୍ଥିତ ନିବାସ ଏନକ୍ଳାଭ ଆପାର୍ଟମେଣ୍ଟ ର ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସୋସାଇଟି ର ସଭାପତି ପ୍ରକାଶ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଗଛର ମଣିଷ ସୁବାଷ ମହାରଣା ପ୍ରମୁଖ ଅତିଥି ରୂପେ ଯୋଗଦାନ କରି କମ୍ୟୁନିଟି ହାଲ ର ଉଦଘାଟନ ସହ ବିଭିନ୍ନ ବର୍ଗ ର ବିଭିନ୍ନ ଶ୍ରେଣୀ ର ଲୋକ ଗୋଟିଏ ଛାତ ତଳେ

ଗୋଟିଏ ପରିବାର ପରି ଚଳିବାର ଆପାର୍ଟମେଣ୍ଟ ସଂସ୍କୃତି ରେ ଦେଖିବାକୁ ମିଳିଥାଏ ବୋଲି କହିବା ସହ ଏଠିକାର ବାସିନ୍ଦା ଯେପରି କୌଣସି ସୁବିଧାରୁ ବଂଚିତ ହେବେନାହିଁ ସେତିପ୍ରତି ଦୃଷ୍ଟି ଦେବୁ ବୋଲି କହିଥିଲେ, ସୋସାଇଟି ର ସମ୍ପାଦକ ସୁଶାନ୍ତ ଜେନା ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରକାଶ ପଟନାୟକ ସ୍ୱାଗତ ଭାଷଣ ସହ କିଛି ଆବଶ୍ୟକତା ସମ୍ପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ, କୁନି କୁନି କଳାକାର ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ, ସୋସାଇଟି ର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ନାୟକ, ପୂର୍ବତନ ସମ୍ପାଦକ ପ୍ରମୋଦ କୁ ପଟନାୟକ ଙ୍କ ସମେତ କର୍ମଚାରୀ ଓ କଳାକାର ଙ୍କୁ ସମର୍ଦ୍ଧିତ କରାଯାଇଥିଲା, ଏହାପରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା.

ad-week
Leave A Reply

Your email address will not be published.