ଗଞ୍ଜେଇ ଚାଲାଣ ସମୟରେ କାବୁକଲା ମାଲକାନଗିରି ପୋଲିସ : ଜଣେ ଅଟକ ସହ କାର ଜବତ…

add-all
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଛକ ନିକଟରେ ମାଲକାନଗିରି ପୋଲିସ ଦ୍ୱାରା ଗାଡି ସର୍ଚିଙ୍ଗ ସମୟରେ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗିରଫ l ସୂଚନା ମୁତାବକ ରବିବାର ଭୋର ସକଳ ସମୟରେ ମାଲକାନଗିରି ପୋଲିସ ରାତ୍ରୀକାଳୀନ ବାହାନ ଚେକିଂ ସମୟରେ ଏକ ଧଳା ରଙ୍ଗର କାର CG17C2375 ପୋଲିସକୁ ଦେଖି ଦ୍ରୁତ ଗତିରେ ପୋଲିସ ଆଖିରି ଧୂଳି ଦେଇ ଚାଲିଯିବା ରୁ ଘଟଣାସ୍ଥଳ ଠାରୁ ମାଲକାନଗିରି ପୋଲିସ ସନ୍ଦେହ କରି ଉକ୍ତ ଗାଡ଼ିଟିକୁ ପିଛା କରିଥିଲେ ଗାଡ଼ିରେ ଥିବା ଡ୍ରାଇଭର ପୋଲିସ ଭୟରେ ଗାଡିଟିକୁ ଜିଲ୍ଲା ସଦରମହକୁମା ଠାରୁ 6କିଲୋମିଟର ଗଲା ପରେ ଶୁକ୍ରଗୁଡା ପାହାଡ଼ ଉପରକୁ ଗାଡ଼ିଟିକୁ ଚଢ଼ାଇଦେଇ ସେଥିରୁ ଦୁଇଜଣ ଲୁଚି ପଳାଇଥିବା ବେଳେ ଗାଡି ଚାଳକକୁ ପୋଲିସ ମାଡିବସିଥଲା ଏହା ପରେ ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ଗାଡିର ପଛ ଡ଼ିକିରୁ ଗଞ୍ଜେଇ ପକେଟ ପୋଲିସ ଦେଖିବାକୁ ପାଇଥିଲେ ଏହାପରେ ପୋଲିସ ଗାଡିଚାଳକକୁ ଗିରଫ କରି ମାଲକାନଗିରି ଥାନା ନେଇ ଗଞ୍ଜେଇ ଚୋରା ଚାଲାଣ ମାମଲାରେ କେଶ ରୁଜୁ କରି ଅଭଯୁକ୍ତକୁ ଗିରଫ କରିଥିବା ଜଣାପଡିଛି l

ad-week
Leave A Reply

Your email address will not be published.