ମତ ବଦଳାଇଲେ ସୁର, କହିଲେ “ଦ୍ରୌପଦୀ ମୁର୍ମୁ ମାଟିର ଝିଅ ସେ ଜିତନ୍ତୁ, ହେଲେ ଆମେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ

add-all

ଭୁବନେଶ୍ଵର: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମତ ବଦଳାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। କହିଲେ ଦ୍ରୌପଦୀ ମୁର୍ମୁ ମାଟିର ଝିଅ ସେ ଜିତନ୍ତୁ. ହେଲେ ଆମେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ। ହାଇକମାଣ୍ଡଙ୍କ ନିଷ୍ପତ୍ତି ଆମ ନିଷ୍ପତ୍ତି। କିଛି ଲୋକଙ୍କ କଥାରେ ମୁଁ ଏଭଳି ପ୍ରସ୍ତାବ ଦେଇଥିଲି। ମୁଁ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ। ଏବେ ହାଇକମାଣ୍ଡଙ୍କ କଥାରେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ।

ବିଧାୟକ ସୁର କହିଛନ୍ତି ଯେ, ଯୁବ ପିଢି ଓ ସାଧାରଣ ଲୋକଙ୍କ ମତକୁ ନେଇ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଥା କହିଥିଲେ। ଗତକାଲି ମନ୍ତବ୍ୟ ପରେ ଗଣମାଧ୍ୟମରେ ବିଭିନ୍ନ କଥା ପ୍ରକାଶ ପାଇଛି। ମୋତେ ମଧ୍ୟ ବହୁ ଫୋନ୍ କଲ୍ ଆସିଛି। ଆଗରୁ କହିଥିଲି ହାଇକମାଣ୍ଡଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି। ଦଳକୁ ସମ୍ମାନ ଦେଇ ନିଜ ମତକୁ ଫେରାଇ ନେଉଛି।

ad-week
Leave A Reply

Your email address will not be published.