କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

add-all

ବାଲିଗୁଡା : ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି l ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା l ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ ଦିନରୁ ପଡ଼ି ଅସନା ହୋଇ ରହିଥିଲା l ସନ୍ଧ୍ୟା ହେଲେ ଏହା ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଥିଲା l ତେଣୁ ସନ୍ଧ୍ୟା ପରେ ଏଠାରେ ମହିଳା ଓ ଭଦ୍ର ଲୋକମାନେ ନିଜକୁ ସୁରକ୍ଷିତ ମଣୁନଥିଲେ l ଏସବୁକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରୀୟର ପକ୍ଷରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲା l ଆଜି ଏହାର ଭିତର ପଟ ସମ୍ପୂର୍ଣ୍ଣ ସଫା କରାଯାଇଥିଲା ଓ ଦିନେ ଦୁଇ ଦିନ ଭିତରେ ପଞ୍ଚାୟତ ତରଫରୁ ବାହାର ପାର୍ଶ୍ଵ ସଫେଇ କାର୍ଯ୍ୟ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଳିକ, ଶିକ୍ଷକ ଅରବିନ୍ଦ ମହାପାତ୍ର,ପ୍ରମିଶ ଦିଗାଳ,ବିଶ୍ୱାଳ ନାୟକ, ଆଶୁତୋଷ ଦେହୁରୀ,କୁମୁଦ ଚନ୍ଦ୍ର ସାହୁ, ଗୋକୁଳ ଭୋଇ, ରାଜକିଶୋର ନାୟକ, ସଞ୍ଜୟ କହଁର, ଗୋବର୍ଦ୍ଧନ ନାୟକ, ରାଜା ପାତ୍ର, ସଦାନନ୍ଦ ଦିଗାଳ,ଭାଗବତ ସାହୁ,ସନ୍ତୋଷ ପଣ୍ଡାଙ୍କ ସମେତ ୟୁଥ ୱାରୀୟର ର ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଆଗକୁ ଏହିପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଵୋଲି ସଂଗଠନ ପକ୍ଷରୁ କୁହାଯାଇଛି l ସଂଗଠନ ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l

ad-week
Leave A Reply

Your email address will not be published.