
ହିଞ୍ଜିଳିକାଟୁ (୨୬।୬) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଓ ମୁନିସିପାଲିଟି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ପରିକଳ୍ପନା ନିର୍ଦ୍ଦେଶକ କିର୍ତ୍ତୀ ଭାସନ ଭି ପ୍ରଥମେ ହିଞ୍ଜିଳିକାଟୁ ବ୍ଳକ ପରିଷର ସଭାଗ୍ରୁହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଵ୍ଳକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ର ନଵ ନିର୍ବାଚିତ ସରପଚଂ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଭାଗଗୁଡ଼ିକୁ ନିରୀକ୍ଷଣ କରିବା ସହ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଅନୁଧ୍ୟାନ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବା ଉପରେ ତଥା ସାମୂହିକ ଜନଅଭିଯୋଗର ସମାଧାନ ଦିଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ନିମନ୍ତେ ଗୁରୁମନ୍ତ୍ର ଦେଲେ। ପରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ସଭାଗୁହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହିଞିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ, ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା, ଗଞ୍ଜାମ ଜିଲ୍ଲା ପରିକଳ୍ପନା ନିର୍ଦ୍ଦେଶକ କିର୍ତ୍ତୀ ଭାସନ ଭି ଓ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ଏହି ଅବସରରେ ପୌରପାଳିକା ର ସମସ୍ତ ନଵ ନିର୍ବାଚିତ କାଉନସିଲର ମାନେ ନିଜର ପରିଚୟ ପ୍ରଦାନ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଏକ ଆଦର୍ଶ ପୌରଷଦ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ପୌରପାଳିକା ଅଞ୍ଚଳରେ ମିଳିମିଶି ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହିଞ୍ଜିଳିକାଟୁ ବ୍ଲକ ଓ ପୌରପାଳିକାର ଚାଲିଥିବା ପ୍ରକଳ୍ପର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ସମାଜ ମଙ୍ଗଳ, ପଂଚାୟତ, ଖାଉଟି ଓ ଖାଦ୍ୟ ଯୋଗାଣ, ବିଭିନ୍ନବିଭାଗର କାର୍ଯ୍ୟ ନିରୀକ୍ଷଣ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହାଂଚାଇବା ଓ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସରକାରୀ ସେବା ଯୋଗାଇବା ଉପରେ ଅଧିକ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହିଞିଳିକାଟୁ ବ୍ଳକ ଵିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ ଯୁଵ ବିଜେଡି ସଭାପତି ମନୋଜ କୁମାର ସାବତ, ତି ଵିଶ୍ବନାଥ, ମନୋଜ କୁମାର ପଲେଇ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ପୌରପରିଷଦ ଯୁଵ ବିଜେଡି ସଭାପତି ସଂଜୟ କୁମାର ପଣ୍ଡା, ବିଜେଡି ନେତା ଦେବାନନ୍ଦ ମହାପାତ୍ର, ଵିଜେଡି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ସହ ପୌରପରିଷଦର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।