ଚିକିଟିରେ ମଁl ବାଙ୍କେଶ୍ୱରୀ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

add-all

ଚିକିଟି : ଚିକିଟି ପେଣ୍ଠ ନୂଆ ସାହି ସ୍ଥିତ ମଁl ବାଙ୍କେଶ୍ୱରୀଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି। ଆଜି ତା ୨୬.୦୬.୨୦୨୨ ରିଖ ରବିବାର ମୁଖ୍ୟ ପୁରହିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ପୌରହିତ ଏବଂ କର୍ମକାଣ୍ଡ ପଣ୍ଡିତ ମାନଙ୍କ ଦ୍ୱାରା ଜଳାଯାତ୍ରା,କର୍ମାରମ୍ଭ,ମଣ୍ଡଳପୂଜା , ପାର୍ବତ୍ୟାଗ୍ନି ସ୍ଥାପନ ଓ ନାମଯଜ୍ଞ ଆରମ୍ଭ ।ଆସନ୍ତା କାଲି ଅର୍ଥାତ ତା ୨୭.୦୬.୨୦୨୨ ରିଖ ସୋମବାର ନୂତନ ବିଗ୍ରହ ମହାସ୍ନାନ, ଜୀବନ୍ୟାସ,ତ୍ରିଶୂଳ ଧ୍ଵଜ, ବିଗ୍ରହ ସ୍ଥାପନ,ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ରାଜେନ୍ଦ୍ର ପାଢ଼ୀ ଓ ଧର୍ମପତ୍ନୀ ସାଧନା ପାଢ଼ୀ ଉପସ୍ଥିତ ରହି କର୍ମାରମ୍ଭ କରିଥିଲେ।ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସବିନୟ ଅନୁରୋଧ, ଆପଣ ଉକ୍ତ ପୂଜା ଉତ୍ସବରେ ଯୋଗଦାନ କରି ମଁlଙ୍କ କରୁଣା ଓ କୃପା ଲାଭ କରିବା ହେବେ।

ad-week
Leave A Reply

Your email address will not be published.