ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକ

add-all

କବିସୂର୍ଯ୍ୟନଗର(୨୬/୦୬) : ସ୍ଥାନୀୟ ଗୌଡ ଢେପ କାଳିଞ୍ଜିକୁଳ ସଭାଗୃହ ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ସୁରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶିବରାମ ପ୍ରଧାନ, ଉପସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଶରତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାଙ୍ଗଠନିକ ଆଲୋଚନା କ୍ରମରେ ଦଣ୍ଡନାଚରେ ପାରମ୍ପରିକତା ବଜାୟ ରଖିବା ସହିତ ଅଶ୍ଳୀଳତା ବର୍ଜନ ପୂର୍ବକ ଶିକ୍ଷଣଧର୍ମୀ ନାଟକମାନ ପରିବେଷଣ ଉପରେ ଗୁରୁତ୍ୱାରୋପ ଦେଇଥିଲେ । ସଂଘର ସୁପରିଚାଳନା ଦୃଷ୍ଟିରୁ ଜିଲ୍ଲାକୁ ତିନି ଗୋଟି ଜୋନ୍ ରେ ବିଭକ୍ତ କରିବା ନିଷ୍ପତ୍ତି ନିଆଗଲା । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଏକତ୍ରୀକରଣ କିଭଳି ଉପାଦେୟ ହୋଇଉଠେ ତତ୍ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଜୁଲାଇ ତିନି ତାରିଖରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କତ୍ତୃକ କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଟ ସମାବେଶର ସଫଳ ରୂପାୟନ କ୍ଷେତ୍ରରେ ସହଯୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ବୈଠକରେ ଶତାଧିକ ଦଣ୍ଡନାଚ ଦଳର ପରିଚାଳକ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସୀମାଞ୍ଚଳ ଶତପଥୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.