ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

add-all

ନିଆଳି: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ମହିଳା ହେଲେ ଇନ୍ଦୁମତି ପରିଡ଼ା । କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁରେ ଘଟିଛି ଏପରି ଘଟଣା । ନିଆଳି ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିଛି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ ଗାଁର ଅଚ୍ୟୁତ ପରିଡାଙ୍କ ଝିଅ ଇନ୍ଦୁମତି ଜୁନ୍‌ ୨୦୨୧ରେ କଟକ ଜିଲ୍ଲା ନିଆଳି ରାରଚାନ୍ଦୋଳ ଗାଁର ରଶ୍ମି ରଂଜନକୁ ବିବାହ କରିଥିଲେ।

ବିବାହ ପରେ ସୁବୁ ଠିକ୍‌ ଠାକ ଚାଲିଥିବାବେଳେ କାହିଁକ ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ମାତ୍ର ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ବାପ ଘର ଲୋକ । ମୃତ ମହିଳାଙ୍କ ସ୍ଵାମୀ ରଶ୍ମି ରଂଜନକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.