ବୁଧବାର ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

add-all

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟ ବିଜେପିର ପଦାଧିକାରୀ ଏବଂ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବେକାରୀ, ଚାଷୀ ମରଣ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଗୁରୁତର ସହିତ ଚର୍ଚ୍ଚା ଆଲୋଚନା କରିବ ବିଜେପି।

ଏନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ସ୍ତରରେ ବିଫଳ ହେଉଛି, ସେହି ବିଫଳତା ଏକ ଗୁରୁତ୍ୱ ବହନ କରୁଛି ଏବଂ ରାଜ୍ୟର ବିକାଶ ରୋକି ହୋଇ ଯାଉଛି। ବିଜେପି ଆଗାମୀ ଦିନରେ ଏକ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ବିରୋଧ କରିବ। ଖୁବଶୀଘ୍ର ଚିନ୍ତନ ଶିବିର ସାଙ୍ଗଠନିକ ଦୃଷ୍ଟିରୁ ପୁନଃବିନ୍ୟାସ ଚର୍ଚ୍ଚା ଆଲୋଚନା କରାଯିବ।

ସେହିପରି କଂଗ୍ରେସର ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ରାଜ୍ୟବ୍ୟାପି ସତ୍ୟାଗ୍ରହ ପ୍ରସଙ୍ଗରେ ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଆଜିକା ଦିନରେ ଚାଇନା ଏଜେଣ୍ଟରେ ପରିଣତ ହୋଇଯାଇଛି। ଚାଇନା ଆକ୍ରମଣ କଲା ଚାଇନା ସପକ୍ଷରେ କଂଗ୍ରେସ କହିଲା। ପାକିସ୍ତାନ କଥାରେ ମଧ୍ୟ କଂଗ୍ରେସ ସ୍ୱର ମିଳାଇଲା। କଂଗ୍ରେସ ଜାତୀୟ ଦଳ ଭାବରେ ନିଜ ଗାରିମାକୁ ନିଜେ କ୍ଷୂର୍ଣ୍ଣ କରୁଛି। ଅଗ୍ନିପଥ ଯୋଜନା ଯୁବକଙ୍କ ଇଛାଧିନ, ସେମାନେ ଯଦି ଏଥିରେ ଯୋଗ ଦେବାକୁ ଚାହିଁବେ ସେମାନଙ୍କୁ କେହି ରୋକି ପାରିବେ ନାହିଁ । କଂଗ୍ରେସ କଦର୍ଯ୍ୟ ପନ୍ଥା ଆପଣାଇଛି, ଲୋକଙ୍କ ପାଖରେ କାମ ନଥିଲେ ଅକର୍ମ କରିଥାନ୍ତି। କଂଗ୍ରେସ ସେହି ଅକର୍ମ କରୁଛି। ଆଶା କରୁଛି କଂଗ୍ରେସ ନେତାଙ୍କ ଚୈତନ୍ୟ ଉଦୟ ହେବେ ସେମାନେ ଏଥିରୁ ବିରତ ହେବ।

ad-week
Leave A Reply

Your email address will not be published.